NATIONALNATIONAL NEWSNEWSTOP STORIES

ଭାରତୀୟ ଏୟାର ଷ୍ଟାଇକ ଉପରେ ପୁଣି ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ: ଆତଙ୍କବାଦୀ ମାରିବାକୁ ଯାଇଥିଲ ନା ଗଛ ?

ନୂଆଦିଲ୍ଲୀ,୪ ।୩: ପୁଲୱାମା ଘଟଣାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଜୈସ ଏ ମହମ୍ମଦ ସଙ୍ଗଠନର କେତେକ ଆତଙ୍କବାଦୀ ଶିବିରକୁ ଭାରତୀୟ ବାୟୁସେନା ଧ୍ୱଂସ କରିଥିଲା । ବାୟୁସେନାର ଆକ୍ରମଣରେ ପ୍ରାୟ ୩୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ମାମଲାରେ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ଆଜି ସିଦ୍ଧୁ ନିଜର ଟ୍ୱିଟର ଆକାୁଣ୍ଟରରେ ପୋଷ୍ଟ କରି ଲେଖିଛନ୍ତି କି, ପାକିସ୍ତାନରେ ୩୦୦ ଆତଙ୍କୀ ମରିଛନ୍ତି କି ନାହିଁ ? ଏୟାର ଷ୍ଟ୍ରାଇକ ହେବା ପଛର କଣ ରହିଛି କାରଣ? ଆପଣମାନେ ଆତଙ୍କବାଦୀଙ୍କୁ ମାରିବାକୁ ଯାଇଥିଲେ ନା ଗଛ ଉପାଡିବା ପାଇଁ ଯାଇଥିଲେ ? ଏହା ସହିତ ସେ କହିଛନ୍ତି କି, ଏହାକୁ ନେଇ ସେନା ରାଜନୀତିକରଣ କରିବା ବନ୍ଦ କରନ୍ତୁ ବୋଲି ।

ଏହା ସହିତ ସିଦ୍ଧୁ ଉଚ୍ଚା ଦୋକାନ, ଫିକା ପକବାନ କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ବି ଆଙ୍ଗୁଳି ଦେଖାଇଛନ୍ତି ।
ଅପରପକ୍ଷେ, ଆଜି ବାୟୁସେନାର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି କି, ‘ଆମର କାମ ହେଉଛି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବା, କିନ୍ତୁ ଏଥିରେ କେତେଜଣ ନିହତ ହେଲେ ତାହା ସଂଖ୍ୟା ଗଣିବା ଆମର କାମ ନୁହେଁ । ଆମେ ମୃତ୍ୟୁ ସଂଖ୍ୟା ନୁହେଁ ବରଂ କେତୋଟି ଶିବିର ଆମେ ଧ୍ୱଂସ କରିଛୁ ତାହା ଗଣୁ । ଯଦି ଏହାକୁ ନେଇ କୌଣସି ରାଜନୀତି ଚାଳିବ ବା ପ୍ରଶ୍ନ ହେବ ତେବେ ଆମେ ତାହାର ଉତ୍ତର ଦେଇ ପାରିବୁ ନାହିଁ । ଯଦି ଆମକୁ କିଛି ଲକ୍ଷ୍ୟ ଦିଆଯିବ , ତେବେ ଆମେ ତାକୁ ଧ୍ୱଂସ କରିବୁ ।’

Show More

Related Articles

Leave a Reply

Your email address will not be published. Required fields are marked *