NATIONALNATIONAL NEWSNEWSTOP STORIES

ଆତଙ୍କବାଦ ପ୍ରସଙ୍ଗ, ପାକିସ୍ତାନକୁ ଚେତାବନୀ ଦେଲା ଇରାନ

ନୂଆଦିଲ୍ଲୀ, ୪ା୩: ପୁଲୱାମା ରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଆନ୍ତର୍ଜାତିକ ସ୍ତର ରୁ ଚାପ ବଢ଼ି ଚାଲିଛି। ଭାରତ ପକ୍ଷରୁ ପାକିସ୍ତାନକୁ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କୁହାଯାଇଥିଲା, ହେଲେ ପାକିସ୍ତାନ ତାହାକୁ ଅଣଦେଖା କରୁଥିଲା । ଏବେ ଇରାନ ମଧ୍ୟ ଏହି ପ୍ରସଙ୍ଗରେ ପାକିସ୍ତାନକୁ ଚେତାଇଛି । ଆଇଆରଜିସି କୁର୍ଦ ସେନାର ପ୍ରମୁଖ ଜେନେରାଲ କାସିମ ସୋଲେମାନି କହିଛନ୍ତି ଯେ, ପାକିସ୍ତାନ ସରକାରଙ୍କୁ ମୋର ପ୍ରଶ,୍ନ ସବୁ ପଡ଼ୋଶୀ ରାଷ୍ଟ୍ର ସୀମାରେ ପାକିସ୍ତାନର ଆତଙ୍କବାଦୀ ଛାଇଯାଇଛି କଣ ପାଇଁ । ପାକିସ୍ତାନର ଏଭଳି କେଉଁ ପଡ଼ୋଶୀ ନାହିଁ, ଯେଉଁଠିକି ସେ ଅଗ୍ରହଣୀୟ ପରିସ୍ଥିତି ସୃଷ୍ଟି କରି ନାହିଁ । ପାକିସ୍ତାନ ଯଦି ପରମାଣୁ ବୋମା ରଖିଛି ଆତଙ୍କବାଦୀ ଉପରେ ପକାଉ । ବିଗତ କେତେ ବର୍ଷ ହେବ ଭାରତ ଓ ଇରାନ ଆତଙ୍କବାଦୀ ସହ ଲଢ଼େଇ କରି ଆସୁଛନ୍ତି । ତେଣୁ ଏହାର ପରିଣାମ ଭୟଙ୍କର ହେବା ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ ଉପରେ କାର୍ଯ୍ୟନୁଷ୍ଠାନ ନେଉ ବୋଲି ସ୍ଥାନୀୟ ଚେତାବନୀ ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close