BOLLYWOODENTERTAINMENTTOP STORIES

ମହାଶିବରାତ୍ରି ଅବସରରେ ରିଲିଜ ହେଲା ସୋନୁ ନିଗମଙ୍କ ‘ଶିବ ଶଙ୍କର’, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୪ ।୩: ମହାଶିବରାତ୍ରିରେ ଭୋଳାବାବାଙ୍କ ଭକ୍ତଙ୍କ ପାଇଁ ଶିବଶଙ୍କରଙ୍କ ପୂଜାର୍ଚ୍ଚନା କରିବା ସବୁଠୁ ବଡ ଦିନ ବୋଲି କୁହାଯାଏ । ଏହି ଦିନରେ ଶିବ-ପାର୍ବତୀଙ୍କ ବିବାହ ହୋଇଥିବା ବେଳେ ସାରା ଦେଶରେ ଥିବା ସମସ୍ତ ଛୋଟ ବଡ ମନ୍ଦିରେ ଭକ୍ତମାନେ ଅତି ଧୁମଧାମରେ ମହାଶିବରାତ୍ରି ପାଳନ କରିଥାନ୍ତି । ଛୋଟ ପରଦାରୁ ଆରମ୍ଭ କରି ବଲିଉଡ ଜଗତର କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ଦିନରେ ମହାଦେବଙ୍କୁ ଆରାଧନା କରୁଛନ୍ତି । ଏହି ଅବସରରେ ଗୀତିକାର ସୋନୁ ନିଗମ ବାବା ଭୋଳାନାଥଙ୍କ ପାଇଁ ଏକ ଗୀତ ପ୍ରସ୍ତୁତ କରିଛନ୍ତି, ଯାହାକି ସୋସିଆଏ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋନୁଙ୍କ ‘ଶିବ ଶଙ୍କର’ ନାମକ ଏହି ଭଜନକୁ ୟୁଟ୍ୟୁବରେ ୨ ଦିନ ହେବ ରିଲିଜ କରାଯାଇଥିବା ବେଳେ ଏହା ଭକ୍ତଙ୍କ ମନକୁ ବେଶ ଛୁଇଁପାରିଛି ।
ଏପର୍ଯ୍ୟନ୍ତ ଏହି ଗୀତକୁ ୨.୯ ମିଲିୟନ ଲୋକେ ଦେଖିସାରିଥିବା ବେଳେ ସୋସିଆଲ ମିଡିଆରେ ଏବେ ଏହି ଗୀତର ଚର୍ଚ୍ଚା ଜୋର ଧରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close