FeaturedHEALTH & LIFE STYLERELATIONSHIPSTOP STORIES

ବିବାହ ପରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖନ୍ତି ଏହି ଦେଶର ମହିଳା

ବିଶ୍ୱର ବିଭିନ୍ନ ଦେଶରେ ମହିଳାଙ୍କ ସ୍ୱାଧୀନତା ଓ ଉନ୍ନତିକୁ ନେଇ ଅନେକ କଟକଣା ରହିଛି । ଅନେକ ସ୍ଥାନରେ ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରରେ ମହିଳାମାନେ ବୁର୍ଖା ପିନ୍ଧି ବାହାରକୁ ବାହାରିଥାନ୍ତି । ଭାରତ ଭଳି ସାଂସ୍କୃତିକ ଦେଶରେ ଝିଅ, ବୋହୂମାନଙ୍କ ଉପରେ ବହୁ କଟକଣା ରହିଛି ।

ତେବେ ଦକ୍ଷିଣ ଆଫ୍ରିକାର ନାଇଜରରେ ରହୁଥିବା ତୁଆଗୋ ନାମକ ଏକ ଜନଜାତିଙ୍କ ପରମ୍ପରା ସଭ୍ୟ ସମାଜଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ମହିଳାମାନଙ୍କୁ ପୁର୍ଣ୍ଣ ସ୍ୱାଧୀନତା ଦିଆଯାଇଥାଏ ।

ଏଠାକାର ପରମ୍ପରା ଅନୁସାରେ, ମହିଳାମାନେ ବିବାହ ପୂର୍ବରୁ ପୁରୁଷଙ୍କ ସହିତ ସମ୍ପର୍କ ରଖିପାରିବେ ନାହିଁ, କିନ୍ତୁ ବିବାହ ପରେ ଅନ୍ୟ ପୁରୁଷମାନଙ୍କ ସହିତ ସମ୍ପର୍କ ରଖିପାରିବେ । ଏଥିରେ ମହିଳାଙ୍କୁ କିଛି ବି ରୋକଠୋକ୍ ନଥାଏ ।

ତେବେ ଏହି ଜନଜାତିରେ ପୁରୁଷମାନଙ୍କୁ ନିଜ ଚେହେରା ସମାଜଠାରୁ ଲୁଚାଇ ରଖିବାକୁ ପଡିଥାଏ, ଯାହା ଏଠିକାର ନିୟମ ଅଟେ । ଏହି ନିୟମ ଭଙ୍ଗ କଲେ ତାଙ୍କ ସମାଜ ତାଙ୍କୁ ଦଣ୍ଡ ଦେଇଥାଏ ।

ତୁଆଗୋ ଜନଜାତିର ମହିଳାମାନେ ଯେବେ ଚାହିଁବେ ସେବେ ନିଜ ସ୍ୱାମୀଙ୍କଠାରୁ ଅଲଗା ରହିପାରିବେ । ମହିଳାମାନଙ୍କୁ ଏଠାରେ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ସହିତ ପୁରୁଷମାନେ ପ୍ରତିଟି କାମରେ ମହିଳାମାନଙ୍କ ପରାମର୍ଶ ଲୋଡିଥାନ୍ତି ।

ଏଠାକାର ପରମ୍ପରା ଅନୁସାରେ, ମହିଳାମାନେ ଛାଡପତ୍ର ଦେଲେ ପରିବାରରେ ଉତ୍ସବ ପାଳନ କରାଯାଏ ।

Show More

Related Articles

Leave a Reply

Your email address will not be published. Required fields are marked *