FeaturedFITNESSHEALTH & LIFE STYLETOP STORIES

ଅଫିସରେ ବସିବା ସହିତ କରନ୍ତୁ ଏହି ବ୍ୟାୟାମ, ଦୂରେଇ ଯିବ ରୋଗ

ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର କାମକୁ ବିଶେଷ ଧ୍ୟାନ ଦେଇଥାନ୍ତି । ଅଫିସରେ ବସି ହେଉ ବା ଘରେ, କାମ ଭିତରେ ମଜ୍ଜି ଲୋକେ ନିଜ ସ୍ୱାସ୍ଥ୍ୟ କଥା ସମ୍ପୂର୍ଣ୍ଣ ରୂପେ ଭୁଲିଯାଆନ୍ତି । ଅଧିକ ସମୟ ଚେୟାରେ ବସି କାମ କରିବା ଫଳରେ ଓଜନ ବଢିବା ସହିତ ଅଣ୍ଟା, କେବ ଆଦି ଦରଜ ହୋଇଥାଏ । ଏହା ସହିତ ଆମ ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗ, ଡିପ୍ରେସନ,ଦୁର୍ବଳତା ଆଦି ଶରୀରରେ ଅନୁଭବ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଫିସରେ ବି ଆପଣ କରିପାରିବେ ବ୍ୟାୟାମ । ତେବେ ଜାଣି ରଖନ୍ତୁ ଅଫିସରେ କିପରି କରିବେ ବ୍ୟାୟାମ..

– ଅଫିସରେ ବୋର ଲାଗୁଥିବା ବେଳେ ଆପଣ ବଗିଚାରେ ବୁଲି ପାରନ୍ତି । ଏହା ସହିତ ଆପଣଙ୍କ ଅଫିସରେ ନିଶ୍ଚିନ୍ତ ଭାବେ ଶିଡ଼ି ରହିଥିବ। କୌଣସି ଓଜନ ଥିବା ଜିନିଷ ଧରି ଯେତେ ସମ୍ଭବ ସେଥିରେ ଯିବାଆସିବା କରନ୍ତୁ, ଯାହା ଆପଣଙ୍କ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ।

– ମିଟିଂ ଆରମ୍ଭ ହେବା ପୂର୍ବରୁ ଯଦି କିଛି ସମୟ ମିଳେ ସେହି ସମୟରେ ଆପଣ ଏକ୍ସସାଇଜ୍‌ କରିପାରିବେ। ଚେୟାରରେ ଅଣ୍ଟା ସିଧାକରି ବସିବେ । ୨ ହାତକୁ ଚେୟାର ଉପରେ ରଖି ୨ ଗୋଡ଼କୁ ସିଧା କରିବେ। ୨ ମିନିଟ୍‌ ପର୍ଯ୍ୟନ୍ତ ଏପରି ଅବସ୍ଥାରେ ରହିବେ। ପରେ ଧୀରେ ଧୀରେ ଗୋଡ଼କୁ ତଳେ ରଖିବେ। ୩ରୁ ୫ ଥର ଏପରି କଲେ ଭଲ ।

– ଅଫିସ ସରିବା ପରେ ସିଧା ଛିଡ଼ା ହୋଇଯିବେ । ୧୫ ମିନିଟ ପର୍ଯ୍ୟନ୍ତ ଏପରି ଅବସ୍ଥାରେ ରୁହନ୍ତୁ। ଏହା ସବୁଠାରୁ ସହଜ ଏକ୍ସସାଇଜ୍‌ । ଏପରି କରିବା ଦ୍ୱାରା ମସ୍ତିଷ୍କ ଏବଂ ମେରୁଦଣ୍ଡ ଉପରେ ଭଲ ପ୍ରଭାବ ପଡ଼ିଥାଏ ।

– ମଧ୍ୟାହ୍ନ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଆସି କାମ କରନ୍ତୁ ନାହିଁ । ଖାଇବା ପରେ କିଛି ସମୟ ଚାଲିବା ଦ୍ୱାରା ଆପଣ ୪୦ ପ୍ରତିଶତ ଫ୍ୟାଟ୍‌ କମ୍‌ କରିପାରିବେ। ଯେପରିକି ୨ ମିନିଟ୍‌ ଚାଲ ଆପଣ ୨୫୦ କ୍ୟାଲୋରି କମ୍‌ କରିପାରିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Close