BOLLYWOODENTERTAINMENTTOP STORIES

ମୁକ୍ତିଲାଭ କଲା ଆକ୍ସନ ଓ ଦୁଃସାହସିକରେ ଭରପୂର ‘junglee’ ସିନେମାର ଟ୍ରେଲର

ନୂଆଦିଲ୍ଲୀ,୬ ।୩: ବଲିଉଡ ଚଳିଚ୍ଚିତ୍ର ‘କମାଣ୍ଡୋ’ ଓ ‘ଫୋର୍ସ’ରେ ଦର୍ଶକଙ୍କ ହୃଦୟ ଜିତିଥିବା ବିଦ୍ୟୁତ ଜାମୱାଲଙ୍କ ଆଗାମୀ ସିନେମା ଜଙ୍ଗଲୀର ଟ୍ରେଲର ଆଜି ମୁକ୍ତିଲାଭ କରିଛି । ଏହି ସିନେମାର ଟିଜର ଓ ପୋଷ୍ଟର ଆଗରୁ ରିଲିଜ ହୋଇଥିଲା । ଏହି ସିନେମାରେ ଜଙ୍ଗଲର ପଶୁପକ୍ଷୀଙ୍କ ସମେତ ବିଦ୍ୟୁତଙ୍କ କିଛି ନୂଆ ଅନ୍ଦାଜ ଦେଖିବାକୁ ମିଳିଛି । ହଲିଉହର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍ ରସେଲ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଭିନୀତ ଜୈନଙ୍କ ପ୍ରଯୋଜନାରେ ସିନେମାଟି ପ୍ରସ୍ତୁତ ହୋଇଛି ।

ଏଥିରେ ବିଦ୍ୟୁତଙ୍କ ବ୍ୟତୀତ ପୂଜା ସାୱନ୍ତ ଓ ଆଶା ଭଟ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ବିଦ୍ୟୁତ ଏଥିରେ କିପରି ଜଙ୍ଗଲୀ ପଶୁମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କ ଜୀବନ ବଞ୍ଚାଉଛନ୍ତି ତାହା ଉପରେ କାହାଣୀ ପର୍ଯ୍ୟବେସିତ । ସିନେମାରେ ଆକ୍ସନ ଓ ଦୁଃସାହସିକତା ଭରପୂର ଭାବେ ରହିଥିବାର ଦେଖିବାକୁ ମିଳିଛି । ତେବେ ସିନେମାଟି ଆସନ୍ତା ଏପ୍ରିଲ ୫ରେ ରିଲିଜ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *