NATIONALNEWSODISHASOCIETYTOP STORIES

ପ୍ରକାଶ ପାଇଲା ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ, ଭୁବନେଶ୍ୱରକୁ ପଛରେ ପକାଇଲା ବ୍ରହ୍ମପୁର

୨୨୦୫ ମାର୍କ ସହ ୨୧୬ ର‌୍ୟାଙ୍କରେ ବ୍ରହ୍ମପୁର, ଭୁବନେଶ୍ୱର ର‌୍ୟାଙ୍କ ୨୮୮

ନୂଆଦିଲ୍ଲୀ, ୭/୩: ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଓଡିଶାର ବ୍ରହ୍ମପୁର ସହର ରାଜ୍ୟର ସବୁଠୁ ସ୍ୱଚ୍ଛ ସହର ଭାବରେ ପରିଗଣିତ ହୋଇଛି । ସେହିପରି ବ୍ରହ୍ମପୁର ତଳକୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସମଗ୍ର ଦେଶର ବଛା ବଛା ସହରକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ୨୧୬ ର‌୍ୟାଙ୍କ ସହ ବ୍ରହ୍ମପୁର ପ୍ରଥମ ସ୍ଥାନରେ ଥିବା ବେଳେ ୨୮୮ ନମ୍ବର ର‌୍ୟାଙ୍କ ସହ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଭୁବନେଶ୍ୱର ପଛକୁ ବାଲେଶ୍ୱର ତୃତୀୟ ସ୍ଥାନରେ ଥିବା ବେଳେ ଚତୁର୍ଥରେ ବାରିପଦା, ପଂଚମରେ ସମ୍ବଲପୁର, ଷଷ୍ଠରେ ପର୍ଯ୍ୟଟନ ସହର ପୁରୀ, ସପ୍ତମରେ ରାଉଲକେଲା, ଅଷ୍ଟମରେ କଟକ ଓ ନବମରେ ଭଦ୍ରକ ସ୍ଥାନ ପାଇଛନ୍ତି ।
ସେହିପରି ତାଲିକାରେ ସମଗ୍ର ଦେଶରେ ଇନ୍ଦୋର ପ୍ରଥମ ସ୍ଥାନ ଦଖଲ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *