ASTROLOGYFeaturedTOP STORIES

ସତ ଚେଷ୍ଟା ପରେ ମଧ୍ୟ ଟଙ୍କା ସଂଚୟ କରିବାରେ ବିଫଳ ହେଉଛନ୍ତି କି? ଘରେ ପ୍ରତି ମୁହୂର୍ତ୍ତରେ ଆର୍ଥିକ ସମସ୍ୟା ଲାଗି ରହୁଛି କି?

ତେବେ ଆପଣାନ୍ତୁ ଏହି ଉପାୟ କିଛି ଦିନ ମଧ୍ୟରେ ଘରେ ହେବ ଧନ ବର୍ଷା ।

କାର୍ଯ୍ୟକ୍ଷେତ୍ର ହେଉ ଅବା ବ୍ୟବସାୟ ଆପଣ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି, ହେଲେ ସେହି ଟଙ୍କା ଆପଣଙ୍କ ପାଖରେ ରହୁନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଟଙ୍କା ସଂଚୟ କରିବାରେ ସଫଳ ହେଉନାହାନ୍ତି । ଘରେ ପ୍ରତି ମୁହୂର୍ତ୍ତରେ ଆର୍ଥିକ ସମସ୍ୟା ଲାଗି ରହୁଛି । ମୋଟା ଅଙ୍କର ଟଙ୍କା ଆୟ କଲେ ମଧ୍ୟ ତାହା ସଂଚୟ ହୋଇପାରୁନାହିଁ । ତେବେ ଯଦି କିଛି ବାସ୍ତୁଶାସ୍ତ୍ର ନିୟମ ଆପଣ ଅନୁପାଳନ କରନ୍ତି ତେବେ ଆପଣଙ୍କ ଘରେ ରହିଥିବା ଏହି ସମସ୍ୟା ଦୂର ହୋଇପାରିବ । ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିପାରିବ । ଆପଣଙ୍କ ଘରେ ସ୍ୱଂୟ କୁବେର ବିରାଜମାନ ହେବା ସହ ଆପଣଙ୍କ ଘରେ ଧନବର୍ଷା ହେବ ।
ତେବେ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଆପଣେଇଲେ ଘରେ ଧନବର୍ଷା ହେବ ।

ପ୍ରଥମତ ଆପଣ ରୋଜଗାର କରୁଥିବା ଟଙ୍କା ଆପଣଙ୍କ ପାଖରେ ରହୁନାହିଁ । ଏହାର ପ୍ରତିକାର ଲାଗି ଆପଣ ବ୍ୟବହାର କରୁଥିବା ପର୍ସରେ ଗୋଟେ ଛୋଟିଆ ଆଇନା ରଖିଦିଅନ୍ତୁ । ସେହିଭଲି ଆପଣଙ୍କ ରହିବା ଘରର ପାଣି ଟ୍ୟାପ୍ ଅନବରତ ଖୋଲା ରହୁଛି କିମ୍ବା ସେଥିରୁ ପାଣି ସଦାସର୍ବଦା ବହୁଛି ତେବେ ଏହା ମଧ୍ୟ ଆପଣଙ୍କ ଧନହାନୀର କାରଣ ହୋଇପାରେ ତେଣୁ ଯଥା ସମ୍ଭବ ଟ୍ୟାପର ମରାମତି କରିନିଅନ୍ତୁ । ଯେମିତିକି ଅଯଥା ପାଣି ଅପଚୟ ହୋଇପାରିବ ନାହିଁ ।
ସେହିପରି ଘରର ଦକ୍ଷିଣ କାନ୍ଥରେ ଭୁଲରେ ମଧ୍ୟ କେବେ କାନ୍ଥ ଘଣ୍ଟା ଟାଙ୍ଗନ୍ତୁ ନାହିଁ । ଏହା ଦ୍ୱାରା ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।
ଯଦି ଆପଣଙ୍କ ଘରେ ତୁଳସୀ ଗଛ ନୋହିଁ ତେବେ ତୁଳସୀ ଗଛ ଲଗାନ୍ତୁ । ବାସ୍ତ୍ରୁଶାସ୍ତ୍ର ନିୟମ ଅନୁସାରେ ଘରର ପ୍ରତି ସ୍ଥାନରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରର ପ୍ରତ୍ୟେକ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ସେହିପରି ଯଦି ଆପଣ ଘରର ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇବେ ତେବେ ଖୁବ୍ କମ୍ ଦିନ ମଧ୍ୟରେ ଘରର ଅର୍ଥିକ ସମସ୍ୟା ଦୂର ହୋଇପାରିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close