FeaturedHEALTH & LIFE STYLETOP STORIES

ଫଟାଫଟ ଅଧିକ କେଶ ଝଡ଼ିବାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ନାରୀକୁ ସୁନ୍ଦର ଦିଶେ ଲମ୍ବା କେଶ । ପୁଅ ହେଉ କିମ୍ବା ଝିଅ ସେମାନଙ୍କର ସୁନ୍ଦରତାକୁ ଦ୍ୱଗୁଣିତ କରିଥାଏ କେଶ । ସମୟକ୍ରମେ ଏବଂ ଆଜିକାଲିର ପ୍ରଦୁଷଣରେ କେଶ ଅଧିକ ଝଡ଼ିବା ସହ ନଷ୍ଟ ମଧ୍ୟ ହୋଇଯାଇଥାଏ । ଆଜିର ଯୁବପିଢ଼ିମାନେ ଏହାକୁ ନେଇ ଚିନ୍ତାରେ ରହୁଛନ୍ତି । କିଛି ପୋଷକ ତତ୍ତ୍ୱ ଥିବା ଦ୍ରବ୍ୟ ଏବଂ କିଛି ବିଧି ଆପଣାଇଲେ ଆପଣଙ୍କର କେଶ ଝଡ଼ିବା ଆସ୍ତେ ଆସ୍ତେ ବନ୍ଦ ହୋଇଯିବ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର ଖାଦ୍ୟ ଓ କଣ କଲେ କେଶ ଝଡ଼ିବା ବନ୍ଦ ହେବ ।
• ପ୍ରଥମତଃ ମୁଣ୍ଡରେ ସପ୍ତାହକୁ ଦୁଇ ନିନି ଥର ତେଲ ଲଗାନ୍ତୁ । ତେଲକୁ ରାତିରେ ଲଗାନ୍ତୁ । ଏବଂ ଭଲଭାବେ ଚୁଟି ମୂଳରେ ମାସେଜ କରନ୍ତୁ ।
• ସପ୍ତାହକୁ କମସେ କମ ଦୁଇ ରୁ ତିନି ଥର ସାମ୍ପୁ କରନ୍ତୁ । ସାମ୍ପୁ ପରେ କଣ୍ଡିସୋନର ଲଗେଇବାକୁ ଭୁଲନ୍ତୁ ନାହିଁ । ମନେରଖନ୍ତୁ କଣ୍ଡିସୋନର ଲଗେଇବାର ୨, ୩ ମିନିଟ ପରେ ଭଲଭାବେ କେଶକୁ ଧୋଇ ଦିଅନ୍ତୁ ।
• ବେଶି ଚୁଟି ଝଡ଼ୁଥିଲେ ପିଆଜ ରସକୁ ମୁଣ୍ଡରେ ଲଗାଇ ୩୦ମିନିଟ ଛାଡ଼ି ଦିଅନ୍ତୁ । ପରେ ସାମ୍ପୁ କରି ଭଲଭାବେ କେଶକୁ ଧୋଇଦିଅନ୍ତୁ ।
• ମୁଣ୍ଡରେ ଆଲୋବେରା ଜେଲ ମଧ୍ୟ ପ୍ରୟୋଗ କରନ୍ତୁ । ଏବଂ ମୁଣ୍ଡରେ ମେଥି ବାଟିକି ଲାଗାଇଲେ ମଧ୍ୟ କେଶ ଉପୁଡ଼ିବା ବନ୍ଦ ହୋଇଥାଏ ।
• ରାତିରେ ଶୋଇଲା ବେଳେ ଚୁଟିକୁ ଜୋର ସେ ନବାନ୍ଧିକି ହାଲକେଇକି ବାନ୍ଧନ୍ତୁ ନଚେତ ଚୁଟିକୁ ଖୋଲା କରି ରଖନ୍ତୁ ।
• ଦିନକୁ ଚାରି ଲିଟର ପାଣି ପିଇବା ଅଭ୍ୟାସ କରନ୍ତୁ ।
• କେଶ ଝଡ଼ିବା ପଛରେ ଆମର ଖାଦ୍ୟ ମଧ୍ୟ ଦାୟୀ ଥାଏ । ପୋଷକ ତତ୍ତ୍ୱ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଯେପରି ଶାଗ, ମେଥି, ନଡ଼ିଆ, ଅଁଳା ଖାଇଲେ ଆମର କେଶ ଝଡ଼ିବା ବହୁତ ପରିମାଣରେ କମ ହୋଇଯାଇଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *