BOLLYWOODENTERTAINMENTTOP STORIES

ଅରବାଜ ଖାନ ସୋ’ରେ ‘ଆଣ୍ଟି’ ଡାକିବାରୁ ରାଗିଲେ କରୀନା, କହିଲେ ଏମିତି କଥା

ନୂଆଦିଲ୍ଲୀ,୯ ।୩: ସୋସିଆଲ ମିଡିଆରେ ସେଲିବ୍ରିଟମାନଙ୍କୁ ଟ୍ରୋଲ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଥିରୁ ଦୂରେଇ ରହିବାକୁ ଚାହାନ୍ତି ସବୁ ସେଲିବ୍ରିଟି । କିନ୍ତୁ ସୋସିଆଲ ମିଡିଆରେ ‘ଆଣ୍ଟି’ ସମ୍ବୋଧନା କରିବାରୁ ଫ୍ୟାନଙ୍କ ଉପରେ ରାଗିଗଲେ କରୀନା କପୁର ଖାନ । କରୀନାଙ୍କୁ ଏପରି ଟ୍ରୋଲ ପସନ୍ଦ ନଥିବାରୁ ସେ ଫ୍ୟାନଙ୍କ ଉପରେ ବିଗିଡି ଥିବାର ଦେଖିବାକୁ ମିଳିଛି ଭିଡିଓରେ । ଅରବାଜ ଖାନଙ୍କ ଆଗାମୀ ୱେବ ସୋ’ରେ କରୀନା କାପୁର ସାମିଲ ହେବେ । ଏହି ଶୋର ପ୍ରମୋ ଭିଡିଓକୁ ୟୁ-ଟ୍ୟୁବରେ ସେୟାର କରାଯାଇଛି। ଏହି ଭଡିଓରେ କରୀନା ରାଗିଯାଇଥିବା ଦେଖିବାକୁ ମିଳିଛି। କରୀନା କପୁର ସୋ’କୁ ଆସିବା ପରେ ସୋସିଆଲ ମିଡିଆରେ ନିଜକୁ ଟ୍ରୋଲ ହୋଇଥିବା ମ୍ୟାସେଜକୁ ଦେଖି ପ୍ରଥମେ ହସିପକାଇଥିଲେ । ହେଲେ ପରେ ରାଗିଯାଇଥିଲେ ।

ଏହାପରେ କରୀନା କହିଛନ୍ତି କି, ପ୍ରସିଦ୍ଧ ବ୍ୟକ୍ତି, ଅଭିନେତା ଓ ଅଭିନେତ୍ରୀଙ୍କ ଭିତରେ କିଛି ଭାବନା ନଥାଏ । ଆମେ ସବୁ କିଛି କୁ ହାଲକାରେ ଗ୍ରହଣ କରୁ ।

Show More

Related Articles

Leave a Reply

Your email address will not be published. Required fields are marked *

Close