fbpx

ପାକିସ୍ତାନର ଅଜବ ଲକ୍-ଡାଉନରେ ବିରକ୍ତ ଡାକ୍ତର, ସ୍କୁଲ ବନ୍ଦ ହେଲେ ମସଜିଦ୍ ଖୋଲା

ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରକୁ ବୃଦ୍ଧି ପାଇଥିବା ବେଳେ ୨୩୭ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏତେ ପରେ ଚେତୁନାହାନ୍ତି ସେଠାକାର ସରକାର । କରୋନାର ମୁକାବିଲା କରିବା ପାଇଁ ଲକ୍-ଡାଉନ୍ ଘୋଷଣା ହୋଇଛି ସତ, କିନ୍ତୁ ବହୁ କ୍ଷେତ୍ରରେ ପ୍ରତିବନ୍ଧକ ନଥିବାରୁ ବିରକ୍ତ ହୋଇଛନ୍ତି ଡାକ୍ତର । ପାକିସ୍ତାନରେ ଲକ୍-ଡାଉନ୍ ସମୟରେ ସ୍କୁଲ-କଲେଜ ତ ବନ୍ଦ ଅଛି, କିନ୍ତୁ ଲୋକଙ୍କ ପାଇଁ ମସଜିଦ୍ ଖୋଲା ରହିଛି । ଲୋକମାନେ ସାମୂହିକାଭାବେ ମସଜିଦ୍ ଯାଇ ନମାଜ ପଢିବା ଉପରେ କୌଣସି ପ୍ରତିବନ୍ଧକ ଲାଗୁହୋଇନି ।

ପାକିସ୍ତାନୀ ଡାକ୍ତର କହିଛନ୍ତି ଯେ, ଦେଶରେ କରୋନା ସଙ୍କଟ ଆହୁରୀ ବଢିବାକୁ ଯାଉଛି । ଲକ୍-ଡାଉନ୍ ଜାରି ହେଲେ ବି ଏଠାରେ ଏହାର ମଜାକ୍ ଉଡାଯାଉଥିବାର ଦେଖିବାକୁ ମିଳିଛି । ଯଦି ତୁରନ୍ତ ଲକ୍-ଡାଉନକୁ କଡାକଡି ଭାବେ ଲାଗୁ ନକରନ୍ତି, ତେବେ ମେ ୧୫ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାରକୁ ବୃଦ୍ଧି ପାଇବ ।

Get real time updates directly on you device, subscribe now.