BOLLYWOODENTERTAINMENTTOP STORIES

ଆକାଶ-ଶ୍ଲୋକାଙ୍କ ବିବାହରେ ଯୋଗ ଦେଲେ ବଲିଉଡ ସେଲିବ୍ରିଟି, ଲଗାଇଲେ ଠୁମ୍‌କା

ମୁମ୍ବାଇ: ୧୦ ।୩: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଗତକାଲି ହୀରା ବ୍ୟବସାୟୀ ରମେଲ ମେହେତାଙ୍କ ଝିଅ ଶ୍ଲୋକା ମେହେତାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଦେଶ ବିଦେଶର ନାମୀଦାମୀ ବ୍ୟକ୍ତିଙ୍କ ସମେତ ବହୁ ବଲିଉଡ ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ଏହି ହାଇପ୍ରୋଫାଇଲ୍‌ ବିବାହରେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେଆରଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା । ବିବାହ ରାଜକୀୟ ଠାଣିରେ ହୋଇଥିଲା ।

ରଣବୀର କପୁର, ଶାହାରୁଖଙ୍କ ଠାରୁ ଆରମ୍ଭ କରି ଏବଂ କରନ୍‌ ଜୋହରଙ୍କ ପର୍ଯ୍ୟନ୍ତ ସମସ୍ତେ ବରଯାତ୍ରୀ ସମୟରେ ଅମ୍ବାନୀ ପରିବାର ସହ ଠୁମ୍‌କା ଲଗାଇଥିଲେ । ଏହି ସମାରୋହରେ ରଣବୀର ଓ ଶାହରୁଖନଙ୍କ ସମେତ ଅମିତାଭ ବଚ୍ଚନ, ଅମିର ଖାନ, ପ୍ରିୟାଙ୍କ ଚୋପ୍ରା, ବିଦ୍ୟା ବାଲନ, ଅଭିଷେକ ବଚ୍ଚନ ଆଦି ବହୁ ଉପସ୍ଥିତ ଥିଲେ । ଧଳା ସେରୱାନୀରେ ବର ବେଶରେ ଆକାଶ ବେଶ୍ ହ୍ୟାଣ୍ଡସମ୍‌ ଲାଗୁଥିବା ବେଳେ ଲାଲ୍‌ ଶାଢୀରେ ଶ୍ଲୋକା ମଧ୍ୟ ବେଶ୍‌ ସୁନ୍ଦର ଲାଗୁଥିଲେ। ବିବାହରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ମଜାମସ୍ତି କରିବାର ଦେଖିବାକୁ ମିଳିଥିଲା ।

ଆକାଶଙ୍କ ବିବାହରେ ନୀତା ଅମ୍ବାନୀ ଓ ଅନ୍ୟମାନଙ୍କୁ ଗୀତାର ତାଳେ ତାଳେ ଝୁମୁଥିବାର ଦେଖିବାକୁ ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *