FeaturedTOP STORIESTRAVEL

ମାତ୍ର ୪୮ଘଣ୍ଟା ମଧ୍ୟରେ ଆପଣଙ୍କୁ ମିଳିବ ଡ୍ରାଇଭିଂ ଲାଇସେନ୍ସ , ଜାଣନ୍ତୁ ଆବେଦନର ପୁରା ପ୍ରକ୍ରିୟା

ସମଗ୍ର ଦେଶରେ ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ବାଧ୍ୟତାମୂଳକ କରାଯାଇଛି । ଯଦି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇବା ସମୟରେ ଆପଣ ଧରାପଡନ୍ତି ତେବେ ଫାଇନ୍ ସହ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ ।
ଗତ କିଛି ବର୍ଷ ହେବ ଡ୍ରାଇଭିଂ ଲାଇସେନ୍ସ ପାଇବା ବା ଆବେଦନ କରିବାର ବ୍ୟବସ୍ଥାକୁ ସରଳ କରିଚାଲିଛନ୍ତି ସରକାର । ତେବେ ଆପଣଙ୍କ ପାଖରେ ବି ଯଦି ଡିଏଲ୍ ନାହିଁ ତେବେ ଘରେ ବସି ଆପଣ ମଧ୍ୟ ୪୮ଘଣ୍ଟା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ତେବେ କିପରି ଏହି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବେ ଓ ଏହାକୁ ୪୮ଘଣ୍ଟା ମଧ୍ୟରେ ପ୍ରାପ୍ତ କରିବେ ସେ ସମ୍ପର୍କରେ ଜାଣନ୍ତୁ ।

ଅନଲାଇନ ମାଧ୍ୟମରେ କିପରି କରିବେ ଆବେଦନ-

ଏହି ପ୍ରକ୍ରିୟାରେ ପ୍ରଥମେ ଆପଣଙ୍କୁ ଲର୍ଣ୍ଣି ଲାଇସେନ୍ସ ପ୍ରାପ୍ତ କରିବାକୁ ହେବ ଏବଂ ଏହାର ୬ମାସ ମଧ୍ୟରେ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇପାରିବେ । ଲର୍ଣ୍ଣି ଲାଇସେନ୍ସ ପ୍ରାପ୍ତ କରିବା ପ୍ରକ୍ରିୟା ଖୁବ୍ ସହଜ ଅଟେ । ଏଥିପାଇଁ ଆପଣ ସଡକ ପରିବହନ ମନ୍ତ୍ରାଳୟର ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । ନିଜ ରାଜ୍ୟ ନାମ ରେ କ୍ଲିକ୍ କରିବା ସହ ଆପଣଙ୍କ ନାମ, ଘର ଠିକଣା ସହ ଆପଣଙ୍କ ବୟସ ପ୍ରମାଣପତ୍ର, ଆଧାରକାର୍ଡ କିମ୍ବା ଅନ୍ୟ କୌଣସି ଆଡ୍ରେସ୍ ପ୍ରୁଫ୍ ତଥ୍ୟ ଦେବା ପରେ ଆପଣଙ୍କ ଫର୍ମ ଆବେଦନ ହୋଇଯିବ ।
ଏହା ପରେ ନିଜ ଫଟୋ ଓ ଡିଜିଟାଲ୍ ସିଗ୍ନେଚର ଆଟାଚ୍ କରିବାକୁ ପଡିବ । ଏହା ପରେ ଆପଣଙ୍କ ଲର୍ଣ୍ଣ୍ି ଟେଷ୍ଟ ପାଇଁ ସ୍ଲଟ ବୁକ୍ କରିବାକୁ ପଡିବ । ପେମଣ୍ଟ କରିବା ପରେ ଆପଣଙ୍କ ରେଜିଷ୍ଟର ଟେଲିଫୋନ୍ ନମ୍ବରକୁ ଏକ ମେସେଜ୍ ଆସିବ ।

ସ୍ଲଟ ବୁକିଙ୍ଗ ତାରିଖରେ ନିର୍ଦ୍ଧିଷ୍ଟ ଆର୍ଟିଓ ଅଫିସ୍ ଯାଇ ଆପଣଙ୍କୁ ଲର୍ଣ୍ଣି ଟେଷ୍ଟ ଦେବାକୁ ପଡିବ । ସଡକର ବିଭିନ୍ନ ନିୟମ ସମ୍ବର୍ଦ୍ଧିୟ ଟେଷ୍ଟରେ ପାସ୍ କରି ସାରିବା ପରେ ଆପଣଙ୍କ ପ୍ରକ୍ରିୟା ଶେଷହେବ ।

କିପରି ପାଇବେ ଲର୍ଣ୍ଣି ଲାଇସେନ୍ସ

ଏହା ପରେ ୪୮ଘଣ୍ଟା ମଧ୍ୟରେ ଆପଣଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବରକୁ ଆପଣଙ୍କ ଲର୍ଣ୍ଣି ଲାଇସେନ୍ସ ନମ୍ବର ମେସେଜ୍ ଜରିଆରେ ଆସିଯିବ । ଯାହାକୁ ଆପଣ ପରିବହନ ବିଭାଗର ୱେବସାଇଟ୍କୁ ଯାଇ ଡାଉନ୍ଲୋଡ୍ କରିପାରିବେ । ତେବେ ଏହା ପରେ ଆପଣଙ୍କୁ ଆଗାମୀ ୧ରୁ ୬ମାସ ମଧ୍ୟରେ ଆଉ ଥରେ ଅନ୍ଲାଇନ୍ ଆବେଦନ କରି ଆର୍ଟିଓ ଅଫିସ୍ ଯାଇ ପାଇନାଲ୍ ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିବ । ଡ୍ରାଇଭିଙ୍ଗ ଟେଷ୍ଟରେ ସଫଳ ହେବା ପରେ ଆପଣଙ୍କୁ କିଛି ଦିନ ମଧ୍ୟରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଯିବ ।

-ମନେ ରଖନ୍ତୁ ଲର୍ଣ୍ଣି ଲାଇସେନ୍ସର ବୈଧତା ୧୮୦ ଦିନ ଅର୍ଥାତ ୬ମାସ ଅଟେ । ଏହା ମଧ୍ୟରେ ଯଦି ଆପଣ ଡିଏଲ୍ ପାଇଁ ଆପ୍ଲାଇ ନକରନ୍ତି ଅଥବା ଫାଇନାଲ୍ ଡିଏଲ୍ ଟେଷ୍ଟ ନଦିଅନ୍ତି ତେବେ ଆପଣଙ୍କ ଲର୍ଣ୍ଣି ଲାଇସେନ୍ସଟି ଇନ୍ଭାଲିଡ୍ ହୋଇଯିବ ।

Show More

Related Articles

Leave a Reply

Your email address will not be published. Required fields are marked *