ASTROLOGYFeaturedTOP STORIES

ବାସ୍ତୁ ହିସାବରେ ଏପରି ସଜାନ୍ତୁ କିଚେନ୍‌ , ଘରେ ବର୍ଷିବ ଖୁସି

ସମସ୍ତଙ୍କ ଘରର ମୁଖ୍ୟ ଭାଗ ହେଉଛି ରୋଷେଇ ଘର। ଏଠାରେ ତିଆରି କରାଯାଉଥିବା ଖାଦ୍ୟ ଆମର ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରଖେ । ତେଣୁ ରୋଷେଇ ଘର ଠିକ୍‌ ଦିଗରେ ହେବା ଉଚିତ । କେତେକ ବ୍ୟକ୍ତି ଘର ନିର୍ମାଣ କଲାବେଳେ ବାସ୍ତୁ ଉପରେ ଗୁରୁତ୍ବ ଦିଅନ୍ତି, ମାତ୍ର ରୋଷେଇ ଘରକୁ ଅଣଦେଖା କରିଥାନ୍ତି । ତେବେ ଯଦି ରୋଷେଇ ଘରେ ବାସ୍ତୁ ଦୋଷ ଥାଏ, ତେବେ ଖାଦ୍ୟ ରାନ୍ଧୁଥିବା ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼େ । ଏଥିପାଇଁ ଆପଣ କିଛି ଛୋଟ ଛୋଟ ପରିବର୍ତ୍ତନ କରି ଆପଣଙ୍କ ରୋଷେଇ ଘରର ବାସ୍ତୁକୁ ଠିକ୍‌ କରିପାରିବେ ।

– ବାସ୍ତୁ ଅନୁସାରେ ରୋଷେଇ ଘର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ ।

– ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବଦିଗରେ ରହିବା ଉଚିତ । ଫ୍ରିଜ୍‌ କିମ୍ବା ମାଇକ୍ରୋୱେଭ୍‌ ଅଗ୍ନି କୋଣରେ ରହିବା ଦରକାର ।

– ଯେଉଁଠିକୁ ସବୁବେଳେ ଆଲୋକ ଓ ପବନ ଆସୁଥିବା ସେହି ଦିଗରେ ରୋଷେଇ ହେବା ଉଚିତ।

– ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ।

– ରୋଷେଇ ଘର ସବୁବେଳେ ସଫା ସୁତୁରା ରଖିବା ଉଚିତ। ରାତିର ଅଇଁଣ୍ଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ ।

– ରୋଷେଇ ଘରକୁ ଲାଗି କିମ୍ବା ଏହା ଉପରେ ବାଥ୍‌ରୁମ୍‌ ରହିବା ଉଚିତ ନୁହେଁ। ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ । ରାଗି କରି କିମ୍ବା ଚିଡ୍‌ଚିଡା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ ।

– ରୋଷେଇ ଘରେ ଅସରପା, ବୁଢ଼ିଆଣୀ ଜାଲ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ । ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରନ୍ତୁ। ଏହାଫଳରେ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ।

– ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍‌ ନ ହେବା ଉଚିତ। ଯଦି ପାଣି ପାଇପ୍‌ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍‌ କରନ୍ତୁ।

Show More

Related Articles

Leave a Reply

Your email address will not be published. Required fields are marked *