FeaturedFITNESSHEALTH & LIFE STYLETOP STORIES

ମୁହଁ ଘୋଡ଼ାଇ ଶୋଉଛନ୍ତି କି ? ସାବଧାନ, ଭୋଗିପାରିବେ ଏହି ସମସ୍ୟା

ଯେପରି ହାତର ପାଞ୍ଚଟି ଆଙ୍ଗୁଳି ସମାନ ନଥାଏ, ସେହିପରି ପ୍ରତ୍ୟେକ ଲୋକଙ୍କର ଶୋଇବା ଶୈଳୀ ମଧ୍ୟ ସମାନ ନଥାଏ । ଆପଣମାନଙ୍କ ଭିତରେ ବି ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ ରାତିରେ ଭିନ୍ନ ଭିନ୍ନ ଶୈଳୀରେ ଶୋଇଥାନ୍ତି । କିନ୍ତୁ ଅଧିକାଂଶ ଲୋକେ ରାତିରେ ଶୋଇବାବେଳେ ରେଜେଇ ଘୋଡ଼ାଇ କରି ଶୋଇଥାନ୍ତି । ମୁହଁ ଢାଙ୍କି ଶୋଇବା କେତେକଙ୍କୁ ଆରାମଦାୟକ ବୋଲି ମାନେ ହେଉଥିବା ବେଳେ ଏହା ପଛରେ ଅନେକ ଗୁଡିଏ ସମସ୍ୟା ରହିଛି ।

– ଯେଉଁମାନଙ୍କର ଆଜ୍‌ମା ଓ ହୃଦ୍‌ରୋଗ ଭଳି ସମସ୍ୟା ଅଛି,ସେମାନେ ଆଦୌ ମୁହଁ ଘୋଡ଼ାଇ ଶୋଇବା ଅନୁଚିତ। ମୁହଁ ଘୋଡ଼ାଇ ଶୋଇଲେ ଓଭର ହିଟିଂ ହେତୁ ଅନିଦ୍ରାର ସମସ୍ୟା ଉପୁଜିପାରେ। ତା’ ଛଡ଼ା ମୁଣ୍ଡ ବୁଲେଇବା,ମାଂସପେଶୀ ଟାଇଟ୍‌ ହେବା ଭଳି ସମସ୍ୟା ବି ଦେଖା ଦେଇପାରେ ।

– ଏକ ଗବେଷଣାରୁ ଜଣାଯାଇଛି ଯେ, ମୁହଁ ଘୋଡ଼ାଇ ଶୋଇଲେ ମସ୍ତିଷ୍କର ବି କ୍ଷତି ହୋଇଥାଏ । ଶୋଇବା ସମୟରେ ମୁହଁ ଘୋଡ଼ାଇ ରଖିଲେ ଅମ୍ଳଜାନ ପୂର୍ତ୍ତି ବାଧକ ହୋଇଥାଏ । ଏହା ଫଳରେ ଅଲଜାଇମର୍‌ ଓ ଡିମେନ୍‌ସିୟା ଆଦି ରୋଗ ହେବାର ବି ଆଶଙ୍କା ଉପୁଜିଥାଏ । ଏଣୁ ଶୋଇବା ସମୟରେ ମୁହଁ ଘୋଡ଼ାଇବା ଅନୁଚିତ ।

– ମୁହଁ ଘୋଡ଼ାଇ ଶୋଇଲେ ମୋଟାପଣର ବୃଦ୍ଧି ହେବ ବୋଲି ମଧ୍ୟ ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close