BOLLYWOODENTERTAINMENTTOP STORIES

ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି ସ୍ୱପ୍ନାଙ୍କ ଶାଢି ପିନ୍ଧା ଡ୍ୟାନ୍ସ: ଲୋକେ କହିଲେ, ‘ସୁଟରେ ହିଁ ସୁନ୍ଦର ଲାଗ’

ନୂଆଦିଲ୍ଲୀ,୧୧ ।୩: ହରିୟାଣାରୁ ଆରମ୍ଭ କରି ପଞ୍ଜାବ ବା ଭୋଜପୁରି ସିନେମାର ଜଗତରେ ନିଜର ଜଲ୍ଲବା ଦେଖାଉଥିବା ଡ୍ୟାନ୍ସର, ଆକ୍ଟର ଓ ସିଙ୍ଗର ସ୍ୱପ୍ନା ଚୌଧୁରୀଙ୍କର ପୁଣି ଏକ ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ବହୁତ କମ୍ ବୟସ ନିଜ କ୍ୟାରିୟର ଉପରକୁ ବନେଇଥିବା ସ୍ୱପ୍ନାଙ୍କୁ ଡ୍ୟାନ୍ସ କରିବା ବହୁତ ପସନ୍ଦ । ବିଭିନ୍ନ ସହରରେ ଲାଇଭ୍ ସୋ କରିଥିବା ସ୍ୱପ୍ନାଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ‘ତେରି ଆଖୋଁକା କା ୟେ କାଜଲ’ ଜୀତରେ ଡ୍ୟାନ୍ସ କରି ଲୋକପ୍ରିୟତା ହାସଲ କରିଥିବା ସ୍ୱପ୍ନା କୋଲକାତାର ଏକ ଷ୍ଟେଜରେ ଶାଢୀ ପିନ୍ଧି ନାଚୁଥିବାର ନଜର ଆସିଛନ୍ତି ।

ହରିୟାଣୀ ଗୀତ ‘ତେରି ଲଟ ଲଗ ଜାଏଗୀ’ ରେ ଡ୍ୟାନ୍ସ କରୁଥିବାର ଭିଡିଓ ୟୁଟ୍ୟୁବରେ ପୋଷ୍ଟ ହେବା ପରେ ବେଶ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏଥିରେ ଲୋକମାନଙ୍କୁ ସ୍ୱପ୍ନାଙ୍କ ଡ୍ରେସକୋଡ ପସନ୍ଦ ନ ଆସିଥିବା ବେଳେ କେତେକ ଲୋକେ ଭିଡିଓରେ କମେଣ୍ଟ ଦେଇଥିବାର ଦେଖିବାକୁ ମିଳିଛି । କେତେକ କହିଛନ୍ତି କି, ସ୍ୱପ୍ନାଜୀ, ‘ଆପଣ ସୁଟରେ ହିଁ ସୁନ୍ଦର ଲାଗନ୍ତି, ଶାଢୀରେ ନୁହେଁ ।’

Show More

Related Articles

Leave a Reply

Your email address will not be published. Required fields are marked *

Close