fbpx

କଣ ଆଜିଠାରୁ ଖୋଲିବ କି ମଦ ଦୋକାନ? ଜାଣନ୍ତୁ ସରକାରଙ୍କ ଜବାବ୍

କରୋନା ବିପଦକୁ ଦୃଷ୍ଟିରେ ରଖି ଦେଶରେ ମେ ୩ ଯାଏଁ ଲକ୍-ଡାଉନ୍ ଜାରି ରହିବ । ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ଆଦେଶ ଜାରି କରାଯାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଛୋଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିଛି ସର୍ତ୍ତ ମାନି ଲୋକମାନେ ଏହି ଦୋକାନଗୁଡିକ ଖୋଲିପାରିବେ । କିନ୍ତୁ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନ ପାଇଁ ଏହା ଲାଗୁ ହେବ ନାହିଁ । ଏହା ସହ ସପିଂ ମଲ ଖୋଲିବାକୁ ଅନୁମତି ଦିଆଯାଇନାହିଁ ।

ଲକ୍-ଡାଉନରେ ଏହି ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ କଣ ମଦ ଦୋକାନ ଖୋଲିବ କି ନାହିଁ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । କିନ୍ତୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏଥର ମଧ୍ୟ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ମଦ ଦୋକାନ ଖୋଲିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ ବି କେନ୍ଦ୍ର ଗୃହ ମନ୍ତ୍ରାଳୟ ଖାରଜ କରିଛି ।

Get real time updates directly on you device, subscribe now.