fbpx

କରୋନାକୁ ନେଇ CRPFର ବଢିଲା ଚିନ୍ତା: ଜଣେ SI ସମେତ ୯ ଯବାନ ପଜିଟିଭ୍

କରୋନା ଭାଇରସକୁ ନେଇ ଦେଶର ସବୁଠାରୁ ବଡ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବା ସିଆରପିଏଫର ଚିନ୍ତା ବଢିଯାଇଛି । ଅନେକ ସ୍ଥାନରେ ଡ୍ୟୁଟିରେ ଥିବା ଯବାନ ଓ ଅଧିକାରୀମାନେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ୩ ଦିନ ପୂର୍ବରୁ ୩୧ତମ ବାଟାଲିୟନର ୪୭ ଜଣ ଯବାନଙ୍କୁ ନରେଲା ସ୍ଥିତ କ୍ୱାରେଣ୍ଟାଇନକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ନମୁନା ପରୀକ୍ଷା ପାଇଁ ଦିଆଯାଇଥିବା ବେଳେ ୯ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏମାନଙ୍କ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ଓ ଜଣେ ହାବିଲଦାର ଥିବା ଜଣାପଡିଛି । ତେବେ ନରେଲା କ୍ୱାରେଣ୍ଟାଇନକୁ ପଠାଯାଇଥିବା ୩ ସବ୍-ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ଟେଷ୍ଟ ଜାରି ରହିଛି । ୫୫ ବର୍ଷିୟ ଏସଆଇ ଇକରାମ ହୁସେନଙ୍କୁ ସଫଦରଗଞ୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.