BOLLYWOODENTERTAINMENTTOP STORIES

ଅକ୍ଷୟଙ୍କ ପରେ ଏବେ ନୱାଜଙ୍କ ସହ ରୋମାନ୍ସ କରିବେ ମୌନୀ

ମୁମ୍ବାଇ,୧୨ ।୩: ଟିଭି ସୋରୁ ନିଜ କ୍ୟାରିୟର କରି ପରିଚୟ ସୃଷ୍ଟି କରିବା ପରେ ଏବେ ବଲିଉଡରେ ବେଶ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି ମୌନୀ ରାୟ । ଖିଲାଡୀ ଅକ୍ଷୟ କୁମାରଙ୍କ ଅଭିନୀତ ‘ଗୋଲ୍ଡ’ ସିନେମାରେ ଅଭିନୟ କରି ପ୍ରଥମଥର ପାଇଁ ବଲିଉଡରେ ପାଦ ଥାପିଥିବା ମୌନୀଙ୍କ ପାଖକୁ ଏବେ ବଡ ବଡ ଅଫରର ସୁଅ ଛୁଟିବାରେ ଲାଗିଛି । ଅକ୍ଷୟ କୁମାରଙ୍କ ସହିତ ରୋମାନ୍ସ କରିବା ପରେ ଏବେ ମୌନୀ ପ୍ରତିଷ୍ଠିତ ଅଭିନେତା ନୱାଜ୍‍ଉଦ୍ଧିନ ସିଦ୍ଧିକିଙ୍କ ସହିତ ନଜର ଆସିବେ ।

ଆଗାମୀ ସିନେମା ‘ବୋଲେ ଚୁଡିୟା’ରେ ନୱାଜଙ୍କ ସହିତ ଲିଡ୍ ରୋଲରେ ନଜର ଆସିବେ ମୌନୀ । ଏହାର ସୂଚନା ମୌନୀ ନିଜର ଇଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଦେଇଛନ୍ତି । ଏହା ବ୍ୟତିତ ଜନ୍ ଅବ୍ରାହମଙ୍କ ‘ରୋମିଓ ଆକବର ୱାଲଟର’, ରାଜକୁମାରଙ୍କ ‘ମେଡ ଇନ ଚାଇନା’ରେ ଲିଡ ରୋଲରେ ନଜର ଆସିବେ ମୌନୀ । ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ରେ ମୌନୀ ନଜର ଆସିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Close