fbpx

ଆଜି ରାଜ୍ୟର ଅଧା ଜିଲ୍ଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳବର୍ତ୍ତୀ କଟକ,ଜଗତସିଂହପୁର,କେନ୍ଦ୍ରାପଡା,ପୂରୀ, ବାଲେଶ୍ୱର ସମେତ ଯାଜପୁର,ଢ଼େଙ୍କାନାଳ ,ଅନଗୁଳ,ଭଦ୍ରକ ଓ କନ୍ଧମାଳରେ ଅତି ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ,ସୋନପୁର,ଅନଗୁଳ,କଟକ,କେନ୍ଦ୍ରାପଡା,ଢ଼େଙ୍କାନାଳ,ଭଦ୍ରକବାଲେଶ୍ୱର,ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ କରିବ ତାଣ୍ଡବ । ଏହି ସମୟରେ ଘଣ୍ଟାକୁ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ।ଆସନ୍ତା ୨ ଦିନ ଧରି ଜାରୀ ରହିବ ଏହାର ପ୍ରକୋପ । ୨୮ ତାରିଖ ବେଳକୁ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । କିନ୍ତୁ ଆସନ୍ତା ୪୮ ଘଣ୍ଟା ଧରି ସମୁଦ୍ର ଅସାନ୍ତ ରହିବ । ୨୯ ପରେ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବି ଘନିଭୂତ ହେବାର ସଂଭାବନା ଅଧିକ । କିନ୍ତୁ ରାଜ୍ୟ ଉପରେ କିଭଳି ରହିବ ଏହାର ପ୍ରଭାବ ତାହ ଏଯାଏ ସ୍ପଷ୍ଠ ହୋଇନାହିଁ ।

Get real time updates directly on you device, subscribe now.