LOCAL NEWSNEWSODISHAPOLITICSTOP STORIES

ସପ୍ତାହକ ମଧ୍ୟରେ ବିଜେପି ରାଜ୍ୟ ପ୍ରାର୍ଥୀ ତାଲିକା

ସୂଚନା ଦେଲେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସଂହ

ଭୁବନେଶ୍ୱର, ୧୨/୩ (ଓଡିଶା ଭାସ୍କର): ସାଧାରଣ ନିର୍ବାଚନ ଲାଗି ନିର୍ବାଚନ କମିସନ ବିଗୁଲ ଫୁଙ୍କିବା ପରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ତୟାରିରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲାଗି ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଆପାତତଃ ସ୍ଥିର କରିସାରିଛିି । ତେବେ ଆସନ୍ତା ସପ୍ତାହକ ମଧ୍ୟରେ ଓଡିଶା ଲାଗି ରାଜ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଆଜି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ତଥା କେନ୍ଦ୍ରୀୟ ନେତା ଅରୁଣ ସିଂହ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅରୁଣ ସିଂହ । ଏଥି ସହ ସେ ଆଉ ମଧ୍ୟ କହିଛନ୍ତି ଯେ ବହୁ ଦଳର ବଡ ବଡ ତୁଙ୍ଗ ନେତା ଆମ ଦଳରେ ଯୋଗ ଦେବା ପାଇଁ କହିଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ବିଜେପିରେ ସାମିଲ କରାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *