BOLLYWOODENTERTAINMENTTOP STORIES

ବାହୁବଲିଙ୍କ ମା’ ଶିବଗାମୀ ଏହି ଫିଲ୍ମରେ ହେଲେ ପର୍ଣ୍ଣଷ୍ଟାର, ଟ୍ରେଲର ଭାଇରାଲ

ନୂଆଦିଲ୍ଲୀ,୧୨ ।୩: ବାହୁବଲି ଓ ବାହୁବଲି ୨ ରିଲିଜ ହେବାର ବହୁ ସମୟପରେ ବି ବକ୍ସ ଅଫିସରେ ଆଜି ବି ସିନେମାର ଚାହିଦା ବେଶ ଭଲ ରହିଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଭାସ, ଭିଲିଆନ୍ ରାନା, ଅନୁଷ୍କାଙ୍କ ସମେତ ବାହୁବଲି ମା ଶିବଗାମୀ ଦେବୀଙ୍କ ଡାଇଲୋକ୍ ଆଜି ପର୍ଯ୍ୟନ୍ତ ଲୋକେ ମନେ ରଖିଛନ୍ତି । ସେହି ଶିବଗାମୀ ଦେବୀ ଅର୍ଥାତ୍ ରାମ୍ୟା କ୍ରିଷ୍ଣନ ଏବେ ଏକ ସିନେମାରେ ପର୍ଣ୍ଣଷ୍ଟାର ରୂପେ ଅଭିନୟ କରିଛନ୍ତି । ତ୍ୟାଗରାଜନ କୁମାରରାଜ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା‘ସୁପର ଡିଲକ୍ସ’ ଫିଲ୍ମର ଟ୍ରେଲର ଯେବେଠୁ ରିଲିଜ୍‌ ହୋଇଛି, ସୋସିଆଲ ମିଡିଆରେ ରାମ୍ୟାଙ୍କୁ ନେଇ ଆଲୋଚନା ଜୋର ଧରିଛି ।

ଟ୍ରେଲର ରିଲିଜ ହେବା ପରେ ରାମ୍ୟା ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ‘ସେଲିବ୍ରିଟମାନେ କିଛି ସିନେମା ଟଙ୍କା ପାଇଁ କରୁଥିବା ବେଳେ କିଛି ସିନେମା ଲୋକପ୍ରିୟତା ପାଇଁ କରିଥାନ୍ତି । କିନ୍ତୁ ଟଙ୍କା ଓ ଲୋକପ୍ରିୟତା ବ୍ୟତିତ କିଛି ସିନେମା ତାରକାମାନେ ନିଜର ଫ୍ୟାସନ ପାଇଁ କରିଥାନ୍ତି ।’ ସେହିଭଳି ତାଙ୍କର ଆଗାମର ସିନେମା ସୁପର ଡିଲକ୍ସ ସେ ନିଜର ଫ୍ୟାସନ ପାଇଁ କରିଛନ୍ତି ବୋଲି ରାମ୍ୟା କହିଛନ୍ତି । ତେବେ ଦେଖନ୍ତୁ ଏହି ଟ୍ରେଲର..

Show More

Related Articles

Leave a Reply

Your email address will not be published. Required fields are marked *