FeaturedHEALTH & LIFE STYLETOP STORIES

ସୌନ୍ଦର୍ଯ୍ୟରେ ମେଥି, ଜାଣନ୍ତୁ କେତେ ଉପକାରୀ

ତରୁଣୀମାନେ ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଅନେକ ଉପାୟକୁ ଆପଣାଇଥାନ୍ତି । ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଆପଣଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାରେ ବେଶ ସହାୟକ ହୋଇଥାଏ । ତାହା ମଧ୍ୟରୁ ଗୋଟିଏ ହେଉଛି ମେଥି । ବହୁ ବର୍ଷ ଓ ଯୁଗ ଯୁଗ ଧରି ମେଥି ଆୟୁର୍ବେଦୀ ଚିକିତ୍ସା ହିସାବରେ ଗଣନା ହୋଇ ଆସୁଛି । ମେଥି ଖାଲି ସୌନ୍ଦର୍ଯ୍ୟ ବଢ଼ାଏ ସମ୍ପୂର୍ଣ୍ଣ ଭୁଲ, ଏଥିରେ ଥିବା ଔଷଧୀୟ ଗୁଣ ରୋଗକୁ ନିପାତ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଆଜି ଜାଣିବା ମେଥିର ଉପକାର ବିଷୟରେ…
• ମଧୁମେହ ଓ କୃମିଠାରୁ ଦୂରେଇ ରହିବାକୁ ହେଲେ ପ୍ରତିଦିନ ଏକ ଚାମଚ ମେଥିଦାନାକୁ ଗୁଣ୍ଡ କରି ସେହି ଗୁଣ୍ଡରେ ପାଣି ସହ ସେବନ କରନ୍ତୁ । ଦେଖିବେ ନିଶ୍ଚୟ ଉପକାର ପାଇବେ ।
• ଯଦି ବହୁ ପରିମାଣର ଚୁଟି ଝଡ଼ି ପତଳା ହୋଇଯାଉଛି ତେବେ ନଡ଼ିଆ ତେଲରେ ମେଥି ପକାଇ ସିଝାଇ ଦିଅନ୍ତୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କରନ୍ତୁ ଚୁଟି ଝଡ଼ିବା କମ ହୋଇଯାଇଥାଏ ।
• ମହିଳାଙ୍କର ଅନେକ ସମସ୍ୟାକୁ ମେଥି ଦୂର କରିଥାଏ । ମାସିକ ଧର୍ମ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତିକି ବାନ୍ତି ଲାଗିବା, ଭଲରେ ନିଦ ନହେବା, ପେଟ ବଥା ହେବା ପରି ସମସ୍ୟାକୁ ଦୂର କରିଥାଏ ।
• ମେଥିରୁ ଫେସପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ବ୍ରଣ, କଳା ଦାଗ ସବୁ ଭଲ ହୋଇଯାଇଥାଏ । ଅଳ୍ପ ପାଣିରେ ମେଥି ପକାଇ ଭଲଭାବେ ଫୁଟାଇବା ପରେ ଥଣ୍ଡା କରି ତା ପାଣିକୁ ମୁହଁରେ ଲଗାନ୍ତୁ ଓ ଏହାକୁ ଲଗାଇବା ପରେ ପ୍ରାୟ ୩୦ମିନିଟ ଛାଡ଼ି ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ ।
• ମେଥି ଦାନାର ପେଷ୍ଟ ବନାନ୍ତୁ ତାପରେ ମୁଣ୍ଡରେ ଲଗାନ୍ତୁ । ଏହା ଫଳରେ ଚୁଟି କଳା ହେବା ସହ ଘନ ମଧ୍ୟ ହୋଇଥାଏ ।
• ଗୋଟିଏ ଚାମଚ ଲେମ୍ବୁ ରସ, ମହୁ ସହ ମେଥି ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *

Close