LOCAL NEWSNEWSODISHAPOLITICSTOP STORIES

ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲବ

ଭୁବନେଶ୍ୱର, ୧୨/୩ (ଓଡିଶା ଭାସ୍କର): ଦେଶରେ ସାଧାରଣ ନିର୍ବାଚନ ନେଇ ନିର୍ବାଚନ କମିସନ ବିଗୁଲ ଫୁଙ୍କିବା ପରେ ତତ୍ପର ହୋଇଉଠିଛନ୍ତି ଦେଶରେ ସମସ୍ତ ରାଜନୈତିକ ଦଳ । ଏହାରି ମଧ୍ୟରେ ଓଡ଼ିଶାରେ ମଧ୍ୟ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇପଡିଛି । ଦଳୀୟ ଟିକେଟ ପାଇବା ପାଇଁ ଦଳ ମୁଖ୍ୟାଳୟରେ ନେତା ଓ କର୍ମୀଙ୍କ ଲମ୍ବା ଲାଇନ ଲାଗୁଛି । ଏହାରି ମଧ୍ୟରେ ଅନେକ ଟାଣୁଆ ନେତାଙ୍କ ପୁଅ ଓ ଝିଅ ଏଥର ନିର୍ବାଚନରେ ଛିଡା ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାରି ମଧ୍ୟରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଚଳିତ ଥର ନିର୍ବାଚନରେ ଲଢ଼ିପାରନ୍ତି ବୋଲି ଖବର ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ଥର ବିଧାନସଭା ନିର୍ବାଚନ ଲଢିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆ-ବୋଲଗଡରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ । ଆଜି ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଦଳ ଟିକେଟ ଦିଏ ତେବେ ସେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି । ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ତିତି ସୁଦୃଢ ଥିବା ହେତୁ ସେଠୁ ସେ ନିଶ୍ଚିନ୍ତ ଜିତିବେ ବୋଲି ଆଶା ପ୍ରକାଶ କରିଛନ୍ତି । ସାରା ରାଜ୍ୟରେ କଂଗ୍ରେସ ସଙ୍ଗଠନ ସୁଦୃଢ ହେବା ମୋର ଲକ୍ଷ୍ୟ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ସିଇସର ବୈଠକ ଚାଲୁରହିଛି । ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ କିଛି କହିପାରିବି ନାହିଁ ବୋଲି ପୃଥ୍ୱୀବଲ୍ଲଭ ପ୍ରକାଶ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *