fbpx

ରାଉରକେଲାର ନାଲା ସହ ଦଶରଥପୁରର ୪ ଗାଁ ହେଲା କଣ୍ଟେନମେଣ୍ଟ ଜୋନ୍

ରାଉରକେଲା,୨୬ ।୪(ଓଡିଶା ଭାସ୍କର): କରୋନା ପାଇଁ ରାଉରକେଲାରର ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ନାଲା ରୋଡକୁ ସଂଯୋଗ କରୁଥିବା ୭ରୁ ଅଧିକ ରାସ୍ତା ସହ ନିକଟସ୍ଥ କିଛି ଅଞ୍ଚଳକୁ ମଧ୍ୟ ପ୍ରଶାସନ ସିଲ୍ କରିଛି । ସ୍ଥାନୀୟ ଅଞ୍ଚଳରେ ସାନିଟାଇଜେସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନର ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଛି । ଏଠାରେ ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ରାସନ ସାମଗ୍ରୀ ପହଞ୍ଚାଇବ ବୋଲି କୁହାଯାଇଛି ।

ସେହପରି ଦଶରଥପୁର ବ୍ଳକର ୨ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ୨ ଟି ପଞ୍ଚାୟତର ୪ଟି ଗାଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇଛି । ସେଗୁଡିକ ହେଉଛି-କଟିକଟା ପଞ୍ଚାୟତର କଟିକଟା ଓ ବିଜିପୁର ଗାଁ, ମଲ୍ଲିକାପୁର ପଞ୍ଚାୟତର ମହାନ୍ତିପାଟଣା ଓ ମଲ୍ଲିକାପୁର । ଏହି ୪ଟି ଗାଁକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ସମ୍ପୃକ୍ତ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.