CITY NEWSLOCAL NEWSNEWSODISHAPOLITICSTOP STORIES

ଫିଟିଲା ମେଣ୍ଟର ବାଟ, ମେଣ୍ଟ ଦଳକୁ ୩ଟି ଲୋକସଭା ଆସନ ଦେଲା କଂଗ୍ରେସ

ଭୁବନେଶ୍ୱର, ୧୩/୩ (ଓଡିଶା ଭାସ୍କର): ମେଣ୍ଟ ଦଳ ଗୁଡିକ ସହ ଆସନ ଭାଗବଣ୍ଟା ନେଇ ଲାଗିରହିଥିବା କଂଗ୍ରେସ ଦଳର କସରତ ଶେଷରେ ଶେଷ ହୋଇଛି । ଓଡିଶାରେ ମୋଟ୨୧ଟି ଲୋକସଭା ଆସନ ମଧ୍ୟରୁ ୩ଟି ଲୋକସଭା ଆସନ ମେଣ୍ଟ ଦଳ ହାତରେ ଛାଡିଛି କଂଗ୍ରେସ । ଭୁବନେଶ୍ୱର ଲୋକସଭା ଆସନରୁ ସିପିଏମ୍ ଦଳ ଳଢିବାକୁ ଥିବା ବେଳେ ଆସ୍କା ଲୋକସଭା ଆସନରେ ସିପିଆଇ ଲଢିବାକୁ ସ୍ଥିର କରାଯାଇଛି । ସେହିପରି ମୟୁରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ସମର୍ଥନରେ ଜେଏମ୍ଏମ୍ ଲଢିବା ନେଇ ଆଜି ସ୍ଥିର କରାଯାଇଛି । ଏହି ତିନଟି ଆସନ କଂଗ୍ରେସ ପକ୍ଷରୁ ମେଣ୍ଟ ଦଳ ଗୁଡିକ ପାଇଁ ଛଡାଯାଇଛି ।
ତେବେ ବିଧାନସଭା ଆସନରେ ମେଣ୍ଟ ଦଳଗୁଡିକ ପାଇଁ କେଉଁ କେଉଁ ଆସନ ଛଡାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close