fbpx

କଟକରେ ଦିନ ୧୧ରୁ ୫ ଯାଏ ଦୋକାନ ଖୋଲା

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): କଟକରେ ଦେକାନ ଖୋଲିବାକୁ ଅନୁମତି ଦେଇଛି ମହାନଗର ନିଗମ । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ସିଏମ୍ସି କମିଶନରଙ୍କ ପକ୍ଷରୁ ଅର୍ଡର ଜାରି ହୋଇଛି । ତେବେ ପାନ ଦୋକାନ, ମଦ ଦୋକାନ, ସେଲୁନ ଦୋକାନ, ସୁନା ଦୋକାନ ଓ ରେସ୍ତୁରାଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଅଣଅତ୍ୟାବଶ୍ୟକ ଖୁଚୁରା ଦୋକାନ ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିବ । ସେହିପରି ଅଣଅତ୍ୟାବଶ୍ୟକ ପାଇକାରୀ ଦୋକାନ ସକାଳ ୬ରୁ ୧୧ ଯାଏଁ ଖୋଲା ରହିବ । ତେବେ ଅଧାକର୍ମଚାରୀରେ ଏହି ସବୁ ଦୋକାନ ଚାଲିବ । ହେଲେ ମାକ୍ସ ଓ ସାମାଜିକ ଦୁରତ୍ୱକୁ ବାଧ୍ୟତାମୁଳକ କରାଯାଇଛି । ସେହିପରି ସମସ୍ତ ଦୋକାନରେ ସାନିଟାଇଜ ରହିବା ବାଧ୍ୟତାମୁଳକ । କିନ୍ତୁ ପୂର୍ବ ଭଳି ଗାଡ଼ି ଚଳାଚଳ ଉପରେ କଟକଣା ଜାରି ରହିବ ।

Get real time updates directly on you device, subscribe now.