CITY NEWSLOCAL NEWSNEWSODISHAPOLITICSTOP STORIES

ଅନନ୍ତଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,, ୧୪/୩ (ଓଡିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର ତଥା ସଦ୍ୟ ସଦ୍ୟ ବିଡିଏ ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିବା ଅନନ୍ତ ନାରାୟଣ ଜେନାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହ ଅତିରିକ୍ତ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ସେହିପରି ପାରଦ୍ୱୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ଦଳର ସଭାପତି ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *