CITY NEWSLOCAL NEWSNEWSODISHAPOLITICSTOP STORIES

ବେଦ ପ୍ରକାଶ ଅଗ୍ରୱାଲ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୧୪/୩ (ଓଡିଶା ଭାସ୍କର): ୨୦୧୯ ସାଧାରଣ ନିର୍ବାଚନ ଲାଗି ଆଜି ବିଜୁ ଜନତା ଦଳ ପକ୍ଷରୁ ଇସ୍ତାହାର କମିଟି ଘୋଷଣା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କମିଟି ସମ୍ପର୍କରେ୍ ଘୋଷଣା କରିଛନ୍ତି । ଏହି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବରେ ଶ୍ରୀ ବେଦ ପ୍ରକାଶ ଅଗ୍ରଓାଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ, ସହ ଅଧ୍ୟକ୍ଷ ଭାବେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଏବଂ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କମିଟିର ସଦସ୍ୟ ଭାବରେ ଶ୍ରୀ ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୁହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାଶବର୍ମା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ରମେଶ ଚନ୍ଦ୍ର ମାଝି, ସୁବାସ ସିଂହ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି ।
ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀରୁ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ-ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ତୃଣମୂଳ ସ୍ତରରୁ ମହିଳା କାର୍ଯ୍ୟକର୍ତ୍ତାମାନେ ଘରେ ଘରେ ବୁଲି ମତାମତ ସଂଗ୍ରହ କରୁଛନ୍ତି । ଏହି ମତାମତ ଆଧାରରେ ବିଜୁ ଜନତା ଦଳ ତାର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଗଠିତ କମିଟିକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *