NATIONALNATIONAL NEWSNEWSTOP STORIES

କଂଗ୍ରେସକୁ ଶକ୍ତ ଝଟକା, ହାତ ଛାଡି ପଦ୍ମ ଧରିଲେ ବରିଷ୍ଠ ନେତା ଟମ ବଡକ୍କନ

ନୂଆଦିଲ୍ଲୀ,୧୪ ।୩: ଚଳିତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସର ବରିଷ୍ଠ ନେତା ବା ସୋନିଆ ଗାନ୍ଧିଙ୍କ ଚାବି ସଦୃଶ ନେତା ଟମ ବଡକ୍କନ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

କେରଳର ତ୍ରିସୁର ଜିଲ୍ଲାରୁ ଆସିଥିବା ବଡକ୍କନ ଆଜି କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ବଡକ୍କନ ବହୁ ସମୟ ଧରି କଂଗ୍ରେସରେ ରହିଥିବା ବେଳେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରୂପେ ମଧ୍ୟ ରହିଆସିଛନ୍ତି । ରାହୁଲ ଗାନ୍ଧୀ ପାର୍ଟି ଅଧ୍ୟକ୍ଷ ହେବା ପରେ ମଧ୍ୟ ବଡକ୍କନ ତାଙ୍କ ବହୁ ନିକଟତର ଥିଲେ ।

ବିଜେପିରେ ଯୋଗ ଦେବା ପରେ ବଡକ୍କନ କହିଥିଲେ ଯେ, ‘‘କଂଗ୍ରେସରେ ମୁଁ ୨୦ ବର୍ଷ କାମ କରିଛି । କଂଗ୍ରେସରେ କେବଳ ବଂଶବାଦ ରାଜନୀତି ଚାଲିଛି । ପୁଲୱାମା ଆକ୍ରମଣକୁ ନେଇ କଂଗ୍ରେସ ରାଜନୀତି କରୁଥିବାରୁ ମୁଁ ଦଳ ଛାଡିବାକୁ ବାଧ୍ୟ ହୋଇଛି ।’’

Show More

Related Articles

Leave a Reply

Your email address will not be published. Required fields are marked *