CITY NEWSLOCAL NEWSNEWSODISHATOP STORIES

ସଂଧ୍ୟା ୭ଟା ପର୍ଯ୍ୟନ୍ତ ୫ ଜିଲ୍ଲା ସାବଧାନ

ଭୁବନେଶ୍ୱର, ୧୪/୩, (ଓଡିଶାଭାସ୍କର): ସଂଧ୍ୟା ୭ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ଏଥିସହ ଏହି ସମୟରେ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ । ବଜ୍ରପାତ ସତର୍କତା ଜାରି କରାଯାଇଥିବା ୫ଟି ଜିଲ୍ଲା ହେଉଛି- କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲା । ଏହି ସମସ୍ତ ଜିଲ୍ଲାରେ ସଂଧ୍ୟା ସାତଟା ପର୍ଯ୍ୟନ୍ତ ସାଧାରଣ ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛି ପାଣିପାଗ ବିଭାଗ ।

Show More

Related Articles

Leave a Reply

Your email address will not be published. Required fields are marked *