FeaturedFITNESSTOP STORIES

ମଦ ପିଇବା ଅଭ୍ୟାସକୁ ସବୁଦିନ ଛଡ଼ାଇବା ପାଇଁ ଚାଁହୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଯୁବପିଢ଼ି ହେଉ ବା ବରିଷ୍ଠ ବ୍ୟକ୍ତି, ନିଶା କରିବା ସମସ୍ତଙ୍କ ପାଇଁ ଫ୍ୟାସନ୍ ପାଲଟି ଗଲାଣି । ପରେ ଏହି ଫ୍ୟାସନ୍ ଧିରେ ଧିରେ ଅଭ୍ୟାସରେ ପାଲଟି ଯାଉଛି, ଯେଉଁଥିରୁ ଦୂରେଇ ଯିବା ମନୁଷ୍ୟ ପକ୍ଷେ ଅସମ୍ଭବ ହେଇପଡୁଛି । ଏଥିରେ ଲୋକମାନେ ନିଜ ଜୀବନକୁ ନଷ୍ଟ କରିବା ସହିତ ପରିବାରକୁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରାଉଛନ୍ତି । ଯଦି ଆପଣ ବି ନିଜର ମଦ ପିଇବା ବା ନିଶାର ଅଭ୍ୟାସ ଛଡ଼ାଇବା ପାଇଁ ଚାଁହୁଛନ୍ତି ତେବେ ଆପଣାନ୍ତୁ ଏହି ପତ୍ର, ଏହାଦ୍ଵାରା ଆପଣଙ୍କୁ ଆଉ କେବେବି ମଦ ପିଇବା ପାଇଁ ଇଛା ହେବନି ।

ଡାକ୍ତରଙ୍କ ପରାମର୍ଶରେ ଆପଣ ମଡ଼ାକୁ ଛାଡିପାରିବେ । ଯଦି ଆପଣ ଘରୋଇ ଉପାୟରେ ଏଥିରୁ ମୁକ୍ତି ପାଇବା ପାଇଁ ଚାଁହୁଛନ୍ତି ତେବେ କଲରା ପତ୍ରର ବ୍ୟବହାର କରିପାରିବେ । କଲରା ପତ୍ର ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବା ସହିତ ମଦ ପିଇବା ଭଳି ଅଭ୍ୟାସକୁ ଦୂରେଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

କିପରି କରିବେ ପ୍ରସ୍ତୁତ

କଲରା ପତ୍ରକୁ ପ୍ରଥମେ ଭଲଭାବରେ ବାଟି ରସ ବାହାର କରନ୍ତୁ , ଏବେ ଏହି ରସ ଚଲହା ସହ ମିଶାଇ ପିଇବାକୁ ଚେଷ୍ଟାକରନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କୁ ମଦ ପିଇବାକୁ ଇଚ୍ଛା ହୁଏ ତେବେ ତାଙ୍କୁ କିସମିସ୍ ସରବତ କିମ୍ବା ୨ ରୁ ୩ ଟି କିସମିସ୍ ଦାନା ଦେଇ ଚାପିବାକୁ କୁହନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କ ମଦ ପିଇବାର ଆସକ୍ତି କମିଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close