LOCAL NEWSNEWSODISHAPOLITICSTOP STORIES

ପଦ୍ମ ଧରିବେ ଦାମ !

ଭୁବନେଶ୍ୱର, ୧୪/୩(ଓଡିଶା ଭାସ୍କର): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମ ପୋଖରୀରେ ଲମ୍ଫ ପ୍ରଦାନ କରିବା ପାଇଁ ମନ ବଳାଇଛନ୍ତି ବରିଷ୍ଠ ନେତା ତଥା ପାରାଦ୍ୱୀପର ବିଧାୟକ ଦାମୋଦର ରାଉତ । ଆଜି ଦାମ ଓଡିଶାର ବିଜେପି ନେତା କେଭି ସିଂହଦେଓଙ୍କ ସହ ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ବିଜେପି ଦଳରେ କିଛି ସମୟ ମଧ୍ୟରେ ଯୋଗ ଦେବା ନେଇ ଆଶଙ୍କା କରାଯାଉଛି । ଏହି ସମୟରେ ବିଜେପିର ବରିଷ୍ଠ ନେତା ତଥା ବିଜେପିର ଓଡିଶା ପ୍ରଭାରୀ ଅରୁଣ ସଂହ କହିଛନ୍ତି ଯେ ଆମ ଦଳରେ ଓଡିଶାର ଜଣେ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ଯାହା କିଛି ସମୟ ମଧ୍ୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । ତେବେ ଅରୁଣଙ୍କ ଏହି ବୟାନ ପରେ ଦାମ ବିଜେପିରେ ହିଁ ଯୋଗ ଦେଇଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close