NATIONALTOP STORIES

ଭୁଶୁଡିଲା ଫୁଟ ଓଭର ବ୍ରିଜ୍, ୫ମୃତ

ମୁମ୍ବାଇ, ୧୪/୩: ଆଜି ମୁମ୍ବାଇ ସିଏସ୍ଟି ରେଳ ଷ୍ଟେସନ ଠାରେ ଥିବା ଏକ ଫୁଟ ଓଭର ବ୍ରିଜ ଭୁଶୁଡି ପଡିଛି । ସିଏସିଟି ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଏହି ଫୁଟ ଓଭର ବ୍ରିଜ୍ଟି ଭୁଶୁଡି ପଡିବା ଫଳରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୬ ଜଣ ଲୋକ ଆହତ ହୋଇଛନ୍ତି । ଏବେ ମଧ୍ୟ ବ୍ରିଜ ତଳେ ଅନେକ ଲୋକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ତେବେ ଏନ୍.ଡି.ଆର୍.ଏଫ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାଫର୍ଣ୍ଣ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶା କରାଯାଉଛି । ଘଟଣାପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦୁଖଃ ପ୍ରକାଶ କରିଛନ୍ତି ।
ତେବେ କେଉଁ କାରଣରୁ ଏହି ବ୍ରିଜ୍ଟ ଭୁଶୁଡିି ପଡିଲା ତାର ପ୍ରକୃତ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close