fbpx

କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ

ଅହମ୍ମଦାବାଦ,୨୭ ।୪: ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବା ଅହମ୍ମଦାବାଦ ନଗର ନିଗମର ପୂର୍ବ ନେତା ବଦରୁଦ୍ଦିନ୍ ଶେଖ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ପାର୍ଟୀର ନେତା ଶକ୍ତି ଗୋହିଲ ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟ ମୁତାବକ ଗୋହଲି କହିଛନ୍ତି ଯେ, ଆଜି ମୋ ପାଖରେ କହିବାକୁ କିଛି ନାହିଁ । ମୁଁ ତାଙ୍କୁ ୪୦ ବର୍ଷ ହେବ ଜାଣିଥିଲି । ନିକଟରେ ସେ ଗରିବ କଲ୍ୟାଣ କାମରେ ନିୟୋଜିତ ଥିଲେ ।’

ଏହି ସମୟରେ ବଦରୁଦ୍ଦିନ୍ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅଞ୍ଚଳରେ ବି ବହୁ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହାକୁ ହଟସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.