INTERNATIONAL NEWSNEWSTOP STORIES

ନ୍ୟୁଜିଲାଣ୍ଡ ମସଜିଦରେ ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

ନ୍ୟୁଜିଲାଣ୍ଡ,୧୫ ।୩: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଅଲନୂର ମସଜିଦରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିର ଆଖିବୁଜା ଗୁଳିମାଡ । ଏହି ଗୁଳିମାଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଘଟଣାରେ ଅନେକ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି ।

ଗୁଳିମାଡ ସମୟରେ ଚର୍ଚ୍ଚରେ ବାଂଲାଦେଶ କ୍ରିକେଟ୍ ଖେଳାଳି ଉପସ୍ଥିତ ଥିଲେ । କିନ୍ତୁ ସୌଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ଚାଲିଆସିବାରେ ସଫଳ ହୋଇଥିବା ଟିମର ଖେଳାଳି ମହମ୍ମଦ ଇସଲାମ ଟୁଇଟ କରି ସୂଚନା ଦେଇଛନ୍ତି। ଏହା ସହିତ ଖେଳାଳୀମାନେ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ବୋଲି ତମିମ ଇକବାଲ ଟ୍ୱିଟ କରି ଜଣାଇଛନ୍ତି । ଘଟଣା ପରେ ସାଉଥ୍ ଆଇସଲ୍ୟାଣ୍ଡ ସିଟିକୁ ନାକାବନ୍ଦୀ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ପଚାରଉଚାର ଆରମ୍ଭ କରିଦେଇଛି ।

ନ୍ୟୁଜିଲାଣ୍ଡ ଇତିହାସରେ ଆଜିର ଦିନକୁ କଳା ଦିବସ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ଘର ଭିତରୁ ବାହାରୁ ନାହାନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *