fbpx

ଚାପୁଡା ମାରି ବଢାନ୍ତୁ ମୁହଁର ସୁନ୍ଦରତା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆପଣମାନେ ବି ନିଜ ଉପରେ ଏତେ ଧ୍ୟାନ ଦେଉନାହାନ୍ତି । ଦେଶ ହେଉ ବା ବିଦେଶ, ସବୁଠାରେ ଲୋକେ କିଛି ନା କିଛି କାରଣକୁ ନେଇ ଚିନ୍ତାରେ ରହୁଛନ୍ତିି । ଖରାପ ଖାଦ୍ୟ, ଠିକ୍ ସମୟରେ ନ ଶୋଇବା ଆଦି ପାଇଁ ଚେହେରାର ସୁନ୍ଦରତା କମିଯାଇଥାଏ । ଗୋରା ଥିଲେ ବି ମୁହଁରୁୁ ଗ୍ଲୋ ବାହାରି ନଥାଏ । ଏଥିପାଇଁ ମହିଳାମାନେ ଦାମୀ ଦାମୀ ପାର୍ଲର ଯାଇ ଫେସିଆଲ କରିବା ସହ ବହୁ ମହଙ୍ଗା କ୍ରିମ୍ ଲଗାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ନିଜକୁ ଚାପୁଡା ମାରିବା ଦ୍ୱାରା ଆପରଙ୍କ ସୁନ୍ଦରତା ବଢିପାରେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏହା ଆମେ ନୁହେଁ ବରଂ ଏକ୍ସପର୍ଟମାନେ ଦାବି କରିଛନ୍ତି ।

ଆମେରିକାରରେ ଥିବା ଥାଇ ମସାଜ୍ ଧେରେପିଷ୍ଟ ଗମ୍ ପୁକ୍କଲୁନୁନ୍ କହିଛନ୍ତି ଯେ, ଶରୀରରେ ଶକ୍ତି ରେଖା ରହିଛି । ଏହା ଆପଣଙ୍କ ଚେହେରାରେ ମଧ୍ୟ ଉପସ୍ଥିତ ଥାଏ । ଜୋରରେ ଚାପୁଡା ମାରିବା ଦ୍ୱାରା ମାଂସପେଶୀକୁ ଆରାମ ମିଳିବା ସହ ଶକ୍ତିରେଖା ଗୁଡିକ ଖୋଲିଯାଇଥାଏ । ବାରମ୍ବାର ଚାପୁଡା ମାରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଏହା ସହ ସ୍କିନରେ ଥିବା ଏନର୍ଜି ସ୍ତର ବଢିବା ସହ ମୁହଁର ଲୁକ୍କାୟିତ ସୁନ୍ଦରତା ଫେରିଆସେ । ଏହି ପ୍ରଣାଳୀ ଆପଣ ମୁହଁରେ କ୍ରିମ ବା ମଶ୍ଚରାଇଜର ଲଗାଇବା ବେଳେ ଆପଣେଇପାରିବେ ।

Get real time updates directly on you device, subscribe now.