ODISHAPOLITICSTOP STORIES

ବିଜେଡି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର ): ଆଜି ବିଜେଡି ଦଳରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସୁକାନ୍ତ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ସେ ୨୦୧୪ରେ ଗତ ବିଧାନସଭା ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ବିଜେଡି ଟିକେଟରେ ଲଢ଼ି ନିର୍ବାଚିତ ହୋଇଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ କରିନାହାନ୍ତି ।

ସେହିଭଳି ଗତକାଲି ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *