NATIONALNATIONAL NEWSNEWSTOP STORIES

ମାସୁଦକୁ ଶକ୍ତ ଝଟକା, ଜୈଶ ସମ୍ପତି ଜବତ କରିବେ ଫ୍ରାନ୍ସ ସରକାର

ନୂଆଦିଲ୍ଲୀ, ୧୫/୩: ସମଗ୍ର ବିଶ୍ୱରେ ଆତଙ୍କବାଦ ଏବେ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି । ପ୍ରତି ଦେଶ ଆତଙ୍କବାଦର ମୁଳୋତ୍ପାଟନ କରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିବାରେ ଲାଗିଛନ୍ତି । ଏହି କ୍ରମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦକୁ ଶକ୍ତ ଝଟକା ଲାଗିଛି । ଜୈଶ ସଙ୍ଗଠନ ବିରୁଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ସଙ୍ଗଠନର ସମସ୍ତ ସମ୍ପତିକୁ ଜବତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସ ସରକାର ।
ଉଲ୍ଲେଖଯୋଗ୍ୟଯେ ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକା ୨୭ ଫେବ୍ରୁଆରୀରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବରେ ଘୋଷଣା କରିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରିଥିଲେ । ତେବେ ପ୍ରତିଥର ପରି ଚୀନ ନିଜ ଭିଟୋ ପ୍ରୟୋଗ କରି ଏଥିରେ ପ୍ରତିବନ୍ଧକ ସାଜିଥିଲା । ଯାହା ଫଳରେ ଏହି ପ୍ରସ୍ତାବଟି ନାକଚ ହୋଇଯାଇଥିଲା ।
ତେବେ ଫ୍ରାନ୍ସର ଏହି ନିଷ୍ପତ୍ତି ପରେ ଜୈଶ ଓ ମାସୁଦ୍କୁ ଶକ୍ତ ଝଟକା ଲାଗିଛି ।

Show More

Related Articles

Leave a Reply

Your email address will not be published. Required fields are marked *