NATIONALNATIONAL NEWSNEWSTOP STORIES

ସଂଧ୍ୟା ୫ଟା ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାର ୩ ବ୍ଲକ ସାବଧାନ

ଭୁବନେଶ୍ୱର, ୧୪/୩, (ଓଡିଶାଭାସ୍କର): ସଂଧ୍ୟା ୫ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ଟି ୩ଟି ବ୍ଲକରେ ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ଏଥିସହ ଏହି ସମୟରେ ପ୍ରବଳ ବେଗରେ ପବନ ବହିବ ବୋଲି ମଧ୍ୟ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସତର୍କତା ଜାରି କରାଯାଇଥିବା ୩ ବ୍ଲକ ହେଉଛି- ତିରିଙ୍ଗ,ଜାମଦା ଓ ବହଲଦା ପ୍ରମୁଖ । ଏହି ସମସ୍ତ ବ୍ଲକରେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛି ପାଣିପାଗ ବିଭାଗ

Show More

Related Articles

Leave a Reply

Your email address will not be published. Required fields are marked *