ODISHATOP STORIES

ବରଗଡରେ ମୋଦୀ ଓ ନବୀନଙ୍କୁ ଟାର୍ଗେଟ ଗଲେ ରାହୁଲ

ବରଗଡ,୧୫ ।୩(ଓଡିଶା ଭାସ୍କର): ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡରେ ଆୟୋଜିତ କଂଗ୍ରେସ ପରିବର୍ତ୍ତନ ସମାବେଶରେ ରାହୁଲ ଯୋଗ ଦେବା ସହିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦେଖି ଏବେ ରାଜନୀତି ବେଶ ଚଳଚଞ୍ଚଳ ହୋଇପଡିଛି । ଜନତାଙ୍କ ଭୋଟ ହାତେଇବା ପାଇଁ ନେତାମାନେ ବିଭିନ୍ନ ପ୍ରକାରର ପ୍ରକ୍ରିୟା ଅବଲମ୍ବନ କରିଚାଲିଛନ୍ତି ।

ସେହିପରି ବରଗଡରେ ରାହୁଲ ନିଜର ଉଦବୋଧନରେ କହିଛନ୍ତି କି, “ଓଡ଼ିଶା ସରକାର ଶୀତଳ ଭଣ୍ଡାର, MSP ଓ ଜଳସେଚନର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ୬ ଘଣ୍ଟା ଭିତରେ ଋଣ ଛାଡ଼ ହେଲା । ୫ ବର୍ଷରେ ପ୍ରକଳ୍ପ ନହେଲେ ଜମି ଚାଷୀଙ୍କୁ ଫେରାଇ ଦିଆଯିବ । କ୍ଷମତାକୁ ଆସିଲେ ଚାଷୀଙ୍କୁ ଧାନର MSP ୨୫୦୦ ଟଙ୍କା କରିବୁ । ଆମେ ଯାହା କହୁ ତାହା କରିକି ଦେଖାଉ, ଓଡ଼ିଶାରେ ବି କରିବୁ । କଂଗ୍ରେସ କ୍ଷମତାକୁ ଆସିଲେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସୃଷ୍ଟି ହେବ ।”

ଏହା ସହିତ ରାହୁଲ କହିଛନ୍ତି କି, ଓଡ଼ିଶାରେ ନିଯୁକ୍ତି ସୁଯୋଗ ନ ଥିବାରୁ ଯୁବକ ବାହାରକୁ ଯାଉଛନ୍ତି। ଓଡ଼ିଶା ବେକାରୀ ସମସ୍ୟାର ମୁଖ୍ୟ କେନ୍ଦ୍ର । କିଛି ପ୍ରଶାସକ ଓଡ଼ିଶାକୁ ଚଳାଉଛନ୍ତି ଏବଂ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ରିମୋଟ ଦ୍ୱାରା ପରିଚାଳିତ ହେଉଛନ୍ତି । ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ଘରୋଇକରଣ କରୁଛନ୍ତି ସରକାର ।

ଏହି ସମାବେଶରେ ରାହୁଲ ଜିଏସଟିକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କଂଗ୍ରେସ ସରକାରକୁ ଆସିଲେ ଜିଏସଟିରେ ପରିବର୍ତ୍ତନ କରାଯାଇ ଏହାର ସରଳୀକରଣ କରାଯିବ। ଏହାକୁ ଗୋଟିଏ ଟ୍ୟାକ୍ସରେ ପରିବର୍ତ୍ତନ କରାଯିବ ବୋଲି ରାହୁଲ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *