CITY NEWSLOCAL NEWSNEWSODISHAPOLITICSTOP STORIES

ହାତ ଛାଡିପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା !

ଭୁବନେଶ୍ୱର, ୧୫/୩, (ଓଡିଶା ଭାସ୍କର): ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଜାତୀୟ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଦିନକୁ ଦିନ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଦଳରେ ନେତା ଯୋଗ ଦେଉଥିବା ବେଳେ କେହି ନା କେହି ଦଳ ପରିତ୍ୟାଗ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ କଂଗ୍ରେସର ଟାଣୁଆ ନେତା ତଥା ସାଲେପୁରର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗଣମାଧ୍ୟମର ଚର୍ଚ୍ଚା ଆଧାରରେ ପ୍ରକାଶ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସମ୍ପର୍କରେ ଥିବା ବେଳେ କୌଣସି ସମୟରେ ହାତ ଛାଡି ପଦ୍ମ ପୋଖରୀରେ ଲମ୍ଫ ମାରିପାରନ୍ତି । ତେବେ ଏହି ଚର୍ଚ୍ଚା ଆରମ୍ଭ ହେବା ପରେ ରୈଜନୈତିକ ପାଣିପାଗ ଉଷ୍ମ ହୋଇପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *