ODISHATOP STORIES

ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍ , ଭକ୍ତଙ୍କ ପାଇଁ ୩୮ କୋଟି

ପୁରୀ, ୧୫/୩, (ଓଡିଶା ଭାସ୍କର):ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୧୯-୨୦ର ଶ୍ରୀମନ୍ଦିର ପାଇଁ ବଜେଟ୍ ଉପସ୍ଥାପିତ ହୋଇଛି , ଯେଉଁଥିରେ ଗଜପତି ୧୦୨ କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି । ସେଥିମଧ୍ୟରୁ ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯିବ ସହ ଦାନ ଅର୍ଥ ବଢାଇବା ପାଇଁ ବଜେଟରେ ନିଷ୍ପତ୍ତି ନିଆଯାଇଛି ।

୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଓ ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି । ବଜେଟରେ ରଥଯାତ୍ରା ପାଇଁ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାର ସୂଚନା ମିଳିଛି । ସେବାୟତ କଲ୍ୟାଣପାଣ୍ଠିରେ କୋଟିଏ ଟଙ୍କା ବ୍ୟୟ ବରାଦ ହୋଇଛି । ଗଜପତିଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଛି । ବାର୍ଷିକ ୧୨ ଲକ୍ଷ ଟଙ୍କା ଗଜପତିଙ୍କୁ ପ୍ରଦାନ କରାଯିବା ବୋଲି ବଜେଟ୍‌ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *