NATIONALNATIONAL NEWSNEWSTOP STORIES

ଜୈଶ ସମ୍ପତି ଫ୍ରାନ୍ସ ଜବତ କରିବା ପ୍ରସଙ୍ଗ: ଫ୍ରାନ୍ସର ପଦକ୍ଷେପକୁ ସ୍ୱାଗତ ଜଣାଇଲା ଭାରତ

ନୂଆଦିଲ୍ଲୀ, ୧୫/୩: ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘ ପାଖରେ ଫ୍ରାନ୍ସର ପ୍ରସ୍ତାବକୁ ଭିଟୋ ପ୍ରୟୋଗ କରି ଚାଇନା ରୋକିବା ପରେ କଠୋର ହୋଇଛନ୍ତି ଫ୍ରାନ୍ସ ସରକାର । ଏହି କ୍ରମରେ ଜୈଶ ସଙ୍ଗଠନ ବିରୁଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ସଙ୍ଗଠନର ସମସ୍ତ ସମ୍ପତିକୁ ଜବତ କରିବା ପାଇଁ ଆଜି ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଥିଲେ । ତେବେ ଫ୍ରାନ୍ସ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ଭାରତ ସରକାର । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏଭଳି ପଦକ୍ଷେପ ପାଇଁ ଫ୍ରାନ୍ସ ସରକରଙ୍କୁ ଧନ୍ୟବାଦ ଜଣାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *