NATIONALNATIONAL NEWSNEWSPOLITICSTOP STORIES

ଆସନ୍ତାକାଲି ବିଜେପି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା !

ନୂଆଦିଲ୍ଲୀ, ୧୫/୩: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାସେରୁ କମ୍ ସମୟ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ନିଜ ନିଜ ରାଜନୈତିକ ଗୋଟି ଚାଳନାରେ ବ୍ୟସ୍ତ । ନିର୍ବାଚନ ବୈତରଣୀ ପାର ଲାଗି ପ୍ରତିଟି ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରତିଟି ଦଳର ପ୍ରାର୍ଥୀ ତାଲିକା ମଧ୍ୟ ଆପାତତଃ ସ୍ଥିର ହୋଇ ସାରିଳାଣି । ଏହି କ୍ରମରେ ଆସନ୍ତାକାଲି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି ବା ବିଜେପି । ଆସନ୍ତାକାଲି ହିଁ ଦଳ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଚର୍ଚ୍ଚା ଚାଲିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଦଳ କାଲି ପ୍ରଥମ ତାଲିକାରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ଆସନ ସମ୍ପର୍କରେ ଘୋଷଣା କରିପାରେ । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ, ସଦାନନ୍ଦ ଗୌ÷÷ଡାଙ୍କ ସହ ରାଧାମୋହନ ସିଂହଙ୍କର ମଧ୍ୟ ଆସନ ଘୋଷଣା କରାଯାଇପାରେ । ଏଥି ସହ ଅନ୍ୟ ୧୦୦ଟି ଆସନ ଲାଗି ବିଜେପି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।
ଉଲ୍ଲେଖଯୋଗ୍ୟଯେ ଚଳିତ ନିର୍ବାଚନରେ ମଧ୍ୟ ମୋଦୀ ୟୁପିର ବାରଣାସୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବା ପାଇଁ ଆଗରୁ ସ୍ଥିିର କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *