NATIONALNATIONAL NEWSNEWSPOLITICSTOP STORIES

ମୋଦୀଙ୍କୁ ଫଲୋ କରୁଛନ୍ତି କି ରାହୁଲ? ଚଳିତ ନିର୍ବାଚନରେ ଦୁଇଟି ସିଟିରୁ ଲଢିପାରନ୍ତି ରାହୁଲ ଗାନ୍ଧି !

ନୂଆଦିଲ୍ଲୀ, ୧୫/୩: ସାଧାରଣ ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ରାଜନୀତିରେ ଘଡିକେ ଘୋଡା ଛୁଟିବାରେ ଲାଗିଛି । ଏହାରି ମଧ୍ୟରେ ଏକ ରୋଚକ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ଥର ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ରାହୁଲ ଉତ୍ତର ପ୍ରଦେଶର ଆମେଥି ସଂସଦୀୟ କ୍ଷେତ୍ର ସହ ଦକ୍ଷିଣ ଭାରତର କୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ରାହୁଲଙ୍କୁ ଦୁଇଟି ଲୋକସଭା ଆସନରୁ ଛିଡା କରାଇବା ପାଇଁ ପ୍ଲାନ କରୁଛି କଂଗ୍ରେସ । କଂଗ୍ରେସର ଦକ୍ଷିଣ ଭାରତୀୟ କର୍ମକର୍ତ୍ତା ମାନେ ମଧ୍ୟ ଦାବି କରୁଛନ୍ତି ଯେ ରାହୁଲ ଦକ୍ଷିଣ ଭାରତରୁ ଅନ୍ୟ ଏକ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢନ୍ତୁ ।
ରାଜନୀତି ସମୀକ୍ଷକମାନଙ୍କ ମତ ହିସାବରେ ଯଦି ରାହୁଲ ଗାନ୍ଧି ଦକ୍ଷିଣ ଭାରତରୁ ନିର୍ବାଚନ ଲଢନ୍ତି ତେବେ ତାଙ୍କ ପ୍ରଭାବ ଆଖପାଖ ସିଟିରେ ମଧ୍ୟ ପରିଲକ୍ଷିତ ହେବ । ଏହା ଦ୍ୱାରା କଂଗ୍ରେସ ଅଧିକ ସିଟ୍ରେ ବିଜୟ ଲାଭ କରିବ । ଏହା ସହ ହିନ୍ଦୀଭାଷୀ ରାଜ୍ୟରେ ବି ଯଦି କଂଗ୍ରେସକୁ କ୍ଷତି ସହିବାକୁ ପଡେ ତେବେ ଏଠାରୁ କଂଗ୍ରେସ ତାକୁ ଭରଣା କରିପାରିବ ।
ଉଲ୍ଲେଖଯୋଗ୍ୟଯେ ରାହୁଲ ଗାନ୍ଧି ୨୦୦୪ ମସିହାରେ ପ୍ରଥମେ ରାଜନୀତିରେ ପାଦ ଦେବା ସହ ୟୁପିର ଆମେଥି ଲୋକସଭା ଆସନରୁ ଲଗାତର ତିନି ଥର ହେବ ସାଂସଦ ଭାବେ ନିର୍ବାଚନ ଜିତି ଆସୁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close