CITY NEWSNEWSODISHAPOLITICSTOP STORIES

ସିଇଓ ଅଫିସ୍ ରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର, ୧୫/୩, (ଓଡିଶା ଭାସ୍କର):ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛି। ଏହି କଣ୍ଟ୍ରୋଲ ରୁମ୍‌ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ କାମ କରିବ। ନିର୍ବାଚନ ସମ୍ପର୍କିତ କୌଣସିବି ଅଭିଯୋଗ ପାଇଁ ଲୋକ ୦୬୭୪-୨୩୯୫୦୧୫ ନମ୍ବରକୁ ଫୋନ୍‌କରି ଅଭିଯୋଗ କରିପାରିବେ।
ଏଥି ସହ ଆଦର୍ଶ ଆଚରଣ ବିଧି ଉଲଂଘନ ସଂପର୍କିତ ଅଭିଯୋଗ ମଧ୍ୟ ଲୋକ ଜଣାଇପାରିବେ ବୋଲି କୁହାଯାଇଛି। ଏଥି ସହ ଅଭିଯୋଗ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close