ODISHAPOLITICSTOP STORIES

ଶେଷରେ ହାତ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ

ଭୁବନେଶ୍ୱର,୧୬ ।୩(ଓଡିିଶା ଭାସ୍କର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସ ଛାଡିଛନ୍ତି କଂଗ୍ରେସର ଟାଣୁଆ ନେତା ତଥା ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ପ୍ରକାଶ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି ।
ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିବା ସହିତ ତାଙ୍କ ପ୍ରତି ଦଳ ଅବହେଳା କରୁଛି । ଏହି କାରଣରୁ ସେ ଦଳ ଛାଡ଼ୁଛନ୍ତି ।

ତେବେ ବହୁ ଦିନ ହେବା ପ୍ରକାଶ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେ ନୂଆଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଜାତୀୟ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଦିନକୁ ଦିନ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close