NATIONALNATIONAL NEWSNEWSTOP STORIES

ନ୍ୟୁଜିଲାଣ୍ଡ ଆତଙ୍କବାଦୀ ଆକ୍ରମଣ ପରେ ୯ ଭାରତୀୟଙ୍କ ମିଳୁନି ପତ୍ତା, ଦୁଃଖ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ,୧୬ ।୩: ନ୍ୟୁଜଲାଣ୍ଡରେ କ୍ରିଷ୍ଟଚର୍ଚ୍ଚର ଦୁଇ ମସଜିଦରେ ଗତକାଲି ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଗୁଳିମାଡ ପରେ ୯ ଭାରତୀୟଙ୍କ ପତ୍ତା ମିଳୁ ନଥିବାର ସୂଚନା ମିଳିଛି । ଏହି ଆତଙ୍କବାଦୀ ଆକ୍ରମଣରେ ସର୍ବମୋଟ ୪୯ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଅଧିକ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ବରଣ କରିଥିବା ୪୯ ଲୋକଙ୍କ ଜଣେ ଭାରତୀୟ ଥିବାର ସୂଚନା ମିଳିଛି । ତାଙ୍କ ନାଁ ଜୁନୈଦ କାରା ଏବଂ ଘର ଗୁଜରାଟର ନବସାରୀ ଅଞ୍ଚଳରେ।

ଘଟଣା ପରେ ପୋଲିସ ଜଣେ ବ୍ୟକ୍ତି ଉପରେ ଅଭିଯୋଗ କରିବା ସହିତ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଦେଇଛି । ଏହି ୪ଜଣଙ୍କ ଭିତରେ ଜଣେ ମହିଳା ଥିବା ବେଳେ ବାକି ୩ ଜଣ ପୁରୁଷ ଅଛନ୍ତି । ଆଉ ଏକ ବିସ୍ଫୋରଣ ଘଟିବା ପୂର୍ବରୁ ପୋଲିସ ଖବର ପାଇ ଅଘଟଣକୁ ରୋକିବାରେ ସକ୍ଷମ ହୋଇଛି ।ତେବେ ଗୁଳିମାଡ କରିଥିବା ଅଭିଯୁକ୍ତ ବ୍ରେଟନ ହୈରିସତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ନ୍ୟୁଜିଲାଣ୍ଡ ପୋଲିସ ।

କ୍ରିଷ୍ଟଚର୍ଚ୍ଚ ମସଜିଦରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିବା ନିର୍ଦ୍ଦୋଷ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହା ସହିତ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ ଜରିଆରେ ନ୍ୟୁଜିଲାଣ୍ଡ ଆକ୍ରମଣକୁ ନିନ୍ଦା କରିବା ସହିତ ପୀଡିତଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ କରିଛନ୍ତି । ଯଦି କୌଣସି ଭାରତୀୟଙ୍କୁ ସହଯୋଗ ଦରକାର ତେବେ ସେମାନେ ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ହାଇକମିଶନଙ୍କ ସହ ୦୨୧୮୦୩୮୯୯ ଏବଂ ୦୨୧୮୫୯୯୩୩ ନମ୍ବରରେ ସମ୍ପର୍କ କରିପାରିବେ ବୋଲି ସୁଷମା ଲେଖିଛନ୍ତି ।

ସୂଚନାଯୋଗ୍ୟ କି, ଶୁକ୍ରବାର କ୍ରାଏଷ୍ଟଚର୍ଚ୍ଚରେ ଥିବା ଅଲ ନୁର ଏବଂ ଲିନଉଡ୍‌ ମସଜିଦରେ ନମାଜ ପାଠ ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ସେଠାରେ ଅତର୍କିତ ଆଖିବୁଜା ଗୁଳିଚାଳନା କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close