NATIONALNATIONAL NEWSNEWSTOP STORIES

ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନ ପ୍ରଦାନ, ଓଡିଶାରୁ ୩ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୬ ।୩: ରାଷ୍ଟ୍ରପତି ଭବନରେ ଆଜି ପଦ୍ମଶ୍ରୀ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଅଭିନେତା ମନୋଜ ବାଜପେୟୀଙ୍କ ପଦ୍ମଶ୍ରୀ ସମ୍ମାନ ମିଳିବା ସହିତ କ୍ରିକେଟର ଗୌତମ ଗମ୍ଭୀର ଓ ଫୁଟବଲର ସୁନିଲ ଛେତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବାସ୍କେଟବଲ ଖେଳାଳି ପ୍ରଶାନ୍ତି ସିଂହଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ପବ୍ଲିକ୍ ଆଫେୟର ଏଚ୍.ଏସ୍. ଫୁଲକର, ପର୍ବତାରୋହୀ ବଚେନ୍ଦ୍ରି ପାଲ, ଏମ ଡି ଏଚର ମାଲିକ ଦର୍ମପାଲ ଗୁଲାଟି, ଆଇଏସଆରଓର ବୈଜ୍ଞାନିକ ନମ୍ବି ନାରାୟଣ, ଫୋଲ ଗାୟିକା ତିଜାନ ବାଇ ଆଦିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହା ସହିତ ଓଡିଶାର ୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସମାଜସେବା ପାଇଁ କଟକର ଡି.ପ୍ରକାଶ ରାଓ, ସମାଜସେବା ପାଇଁ କେନ୍ଦୁଝରର ଦୈତାରୀ ନାୟକ ଓ କୃଷି କ୍ଷେତ୍ର ପାଇଁ କୋରାପୁଟର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ପାଦାନ କରାଯାଇଛି । ତେବେ ଜୈବିକଚ ପଦ୍ଧତିରେ କୃଷିକାର୍ଯ୍ୟ କରି କମଳା ପୂଚାରୀ ପ୍ରଶଂସିତ ହୋଇଥିବାର ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close